ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବଡକର୍ଲାକୋଟ ଗ୍ରାମ ପଞ୍ଚାୟତ ତୁମରିଖୋଲ ଜଙ୍ଗଲରେ ଧର୍ମଗଡ଼ ଅବକାରୀ ରେଞ୍ଜ ଇନିସ୍ପେକ୍ଟର ଅରୁଣ କୁମାର ଯୋଶୀଙ୍କ ତତ୍ୱାବଧାନରେ ଜୟପାଟଣା ଅବକାରୀ ଅଧିକାରୀ ସୁରେଶ ଚନ୍ଦ୍ର ଭୋଇ, ଧର୍ମଗଡ଼ ଅବକାରୀ ଅଧିକାରୀ ପ୍ରତିମା ବେହେରା, କୋକସରା ଅବକାରୀ ଅଧିକାରୀ ଗୁପ୍ତେଶ୍ୱର ପଟେଲ, କନେଷ୍ଟବଳ ବଳଭଦ୍ର ପାତ୍ର, ନିରଞ୍ଜନ ବେହେରା, ସୁବଳ ମାଝୀ, କିର୍ତ୍ତୀ ଜେନା, ରବି ନାଗ, ଯଶୋବନ୍ତି ନାଗ, କରନ ବାଗ, ଭୁଜମନ ପଟେଲ, ମହାଦେବ ମାଝୀ, ଅରୁଣାକ୍ଷ ଧଙ୍ଗଡ଼ାମାଝୀ ଏବଂ ତାଙ୍କ ଟିମ ମିଳିତ ଭାବେ ଚଢ଼ାଉ କରିଥିଲେ। ଏଥିରେ ୭୦୦୦ କେ.ଜି ମହୁଲପୋଚ ସହ ୨୦୦ ଲିଟର ଦେଶୀ ମଦ ଜବତ କରାଯାଇଛି।ହେଲେ କେହି ଗିରଫ ହୋଇ ନଥିବା ଜଣାପଡ଼ିଛି।
