ଗାନ୍ଧିଗ୍ରାମପଡାରେ ୧୬ ପ୍ରହାର ଅଖଣ୍ଡ ନାମଯଜ୍ଞ

ଜୟପାଟଣା/କ୍ରାନ୍ତିକ୍ଷେତ୍ର  (ଚିତ୍ରସେନ ବାଗ) : ଜୟପାଟଣା ବ୍ଲକ ଗାନ୍ଧିଗ୍ରାମ ପଡ଼ାସ୍ଥିତ ରାଧାକୃଷ୍ଣ ମନ୍ଦିର କମିଟି ଆନୁକୂଲ୍ୟରେ ବିଶ୍ୱଶାନ୍ତି ନିମନ୍ତେ ‘ଶ୍ରୀ ଶ୍ରୀ ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ’ ଓ ଶ୍ରୀରାମ ନବମୀ ପାଳନ ମହୋତ୍ସବ ଅନୁଷ୍ଠିତ ହେଉଛି। ଗତ ୨୬ ତାରିଖରେ କଳସଯାତ୍ରା ହେବା ସହ ୨୭ ତାରିଖ ସକାଳେ ନାମ ଆରମ୍ଭ ହୋଇ ୧ ତାରିଖ ସକାଳେ ନାମ ସମାପନ ହେବ। ନାମଯଜ୍ଞ କମିଟିର ସଭାପତି ଶୁଭ୍ରାଂଶୁ ସାହୁ, ଉପ ସଭାପତି କୈଳାଶ ଚନ୍ଦ୍ର ସାହୁ, ସତ୍ୟ ନାରାୟଣ ରାଉତ, ଜଗମୋହନ ପଟ୍ଟନାୟକ, ସାଧାରଣ ସମ୍ପାଦକ ଗୌରଚନ୍ଦ୍ର ସାହୁ,ସହ ସମ୍ପାଦକ ମନୋରଞ୍ଜନ ରାଉତ, ଚିତ୍ତରଞ୍ଜନ ସାହୁ, କୋଷାଦକ୍ଷ ବିରଞ୍ଚି ଖରସେଲ, ବିକାଶ ରଞ୍ଜନ ସାହୁ ଥିବାବେଳେ ଉପଦେଷ୍ଟା କମିଟର ସଦସ୍ୟ ମାନେ ସହଯୋଗ କରୁଛନ୍ତି। ନାମଯଜ୍ଞ ରେ ସମସ୍ତଙ୍କ ପାଇଁ ଭୋଜନ ପ୍ରସାଦ ବ୍ୟବସ୍ଥା ରହିଛି। ଭଗବାନଙ୍କ ଦିବ୍ୟ ନାମରେ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି କରିଛି।