ଯୁବକ ଜୟକୃଷ୍ଣ ଦୁରିଆଙ୍କ ବିୟୋଗ : ଜୟନ୍ତପୁର ଗାଁରେ ଶୋକ

ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ଗ୍ରାମର ଜଣେ ସୁସ୍ଥ ସବଳ, ଶାନ୍ତ ସରଳ, ମଣିଷ ପ୍ରେମୀ ଯୁବକ ଜୟକୃଷ୍ଣ ଦୁରିଆ (୩୫)ଙ୍କ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବାରୁ କିଛି ଦିନ ପୂର୍ବରୁ ଭୁବନେଶ୍ୱର ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇ ଆସୁଥିଲେ। ସାଥିରେ ରହୁଥିଲେ ନିଜ ବଡ ଭାଈ ଉମାକାନ୍ତ। ସବୁ କିଛି ଠିକ୍ ଠାକ୍ ଥିଲା। କିନ୍ତୁ ସୋମବାର ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁ ଖବର ଶୁଣି ପରିବାର ତଥା ଗାଁ ଓ ଅଞ୍ଚଳରେ ଖେଳିଗଲା ଶୋକର ଛାୟା। ପୁଅ ପାଈଁ ବାହୁନି ବାହୁନି କାନ୍ଦିଲେ ଘରେ ଥିବା ମାଁ ଓ ଭଉଣୀ, ପରିବାର ବର୍ଗ, ପାଖ ପଡୋଶୀ। ବବଳୁଙ୍କ ମୃତ୍ୟୁକୁ ସହଜରେ ବିଶ୍ଵାସ କରି ପାରିଲେନି ଗାଁ ଲୋକ, ଅଞ୍ଚଳବାସୀ। ସମସ୍ତଙ୍କ ଆଖିରେ ଲୁହ। ତାଙ୍କ ମୃତ ଦେହ ଆମ୍ବୁଲାନ୍ସ ଯୋଗେ ଗାଁକୁ ପହଞ୍ଚିଲା ପରେ ସମସ୍ତଙ୍କ ଉପସ୍ଥିତିରେ ଗାଁ ଶ୍ମଶାନରେ  ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ସମସ୍ତେ ତାଙ୍କ ଅମର ଆତ୍ମାର ସଦ୍ଗତି ପୂର୍ବକ ପରିବାରକୁ ଅସୀମ ଧର୍ଯ୍ୟ ଓ ସାହସ ପ୍ରଦାନ କାମନା କରିଛନ୍ତି ।