ବ୍ଳକସ୍ତରୀୟ ଏଚପିଭି ଟିକାକରଣ ଅଭିଯାନର ଶୁଭାରମ୍ଭ

କୋକସରା/କ୍ରାନ୍ତିକ୍ଷେତ୍ର : ୧୪ ବର୍ଷୀୟ କିଶୋରୀମାନଙ୍କ ପାଇଁ ଶନିବାର ଠାରୁ ଦେଶବ୍ୟାପୀ ଏଚପିଭି ଟିକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ବ୍ଳକସ୍ତରୀୟ ଏଚପିଭି ଟିକାକରଣ ଅଭିଯାନର ଶୁଭାରମ୍ଭ ହୋଇଛି। ଶିବିର କୁ ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା. ତତ୍ତ୍ୱଦର୍ଶୀ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଲଡୁଗାଁ ପ୍ରାଥମିକ ସ୍ୱସ୍ଥ୍ୟ କେନ୍ଦ୍ରର ଡାକ୍ତର ଶିବାନନ୍ଦ ନାଏକ, ଆମପାଣି ପ୍ରାଥମିକ ସ୍ୱସ୍ଥ୍ୟ କେନ୍ଦ୍ର ଡାକ୍ତର ଧନେଶ୍ୱର ଟୁଡୁ, ବିପିଏମ୍ ସୁଜିତ ସିଂ କୁମାର ପ୍ରମୁଖ ଉପସ୍ଥିତ ରହିଥିଲେ। ଆଗାମୀ ପିଢ଼ିକୁ ଜରାୟୁ ଗ୍ରୀବା କର୍କଟ ଭଳି ଗୁରୁତର ରୋଗରୁ ରକ୍ଷା କରିବା ନିମନ୍ତେ ଏକ ମଜଭୁତ ଅଭିଯାନ ବୋଲି ଡାକ୍ତର ମାନେ କହିଥିଲେ। ଶିବିର ର ପ୍ରଥମ ଦିନରେ ୩ ଜଣ ଝିଅଙ୍କୁ ଏହି ଟୀକା ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଛି। ପିଏଚ୍ଇଓ ଶର୍ମିଲା ଛତ୍ରିଆ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। ବିଡ଼ିଏମ୍ ଲୋକନାଥ ମିଶ୍ର, ମହିଳା ସ୍ୱସ୍ଥ୍ୟ କର୍ମୀ ଗୁପ୍ତେଶ୍ୱରୀ ପ୍ରଧାନୀ, ପୂଜା ନାଏକ, ପୁରୁଷ ସ୍ୱସ୍ଥ୍ୟ କର୍ମୀ କ୍ଷୀରୋଦ ବାଗ, ଶ୍ରାବଣ ପାଢ଼ୀ, ନୀଳମଣି ଖମାରୀ, ଆସା ରଶ୍ମିତା ବାଗ ପ୍ରମୁଖ ଉପସ୍ଥିତ ଥିଲେ।