କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କଳାହାଣ୍ଡି କର୍ଲାମୁଣ୍ଡା ରେଗଡା ପଞ୍ଚାୟତ ଅଧିନସ୍ଥ ଭୋଇରମୁଣ୍ଡା ଗ୍ରାମ ଠାରେ ଗତ ଗୁରୁବାର ଦିନ ଠାରୁ ମଣ୍ଡପ ପ୍ରତିଷ୍ଠା କରିବା ସହିତ ନାମ ଯଜ୍ଞ କଳସ ଅଧିବାସ ହୋଇ ୯ତମ ଷୋହଳ ପ୍ରହରୀ ନାମଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇ ସୋମବାର ପୂର୍ଣ୍ଣାହୁତି ହୋଇଛି। ଉକ୍ତ ନାମଯଜ୍ଞରେ ୧୨ ଗୋଟି ସଂକୀର୍ତ୍ତନ ଦଳ ମହାମନ୍ତ୍ର ନାମ ପ୍ରଚାର କରିଥିଲେ। ଶ୍ରଦ୍ଧାଳୁଙ୍କ ପ୍ରବଳ ଜନ ସାମଗମ ଦେଖିବାକୁ ମିଳିଥିଲା। ସମସ୍ତ ଭକ୍ତ ମାନଙ୍କ ପାଇଁ ୨୪ ଘଣ୍ଟିଆ ଅର୍ଣ୍ଣ ପ୍ରସାଦ ସେବନର ବ୍ୟବସ୍ତା କରାଯାଇଥିଲା। ମୁଖ୍ୟ ପୁରୋହିତ ପ୍ରଭାତ କୁମାର ଦାସ ଓ ରାଧେ ତ୍ରିପାଠୀ ପୂଜକ, ଜପକ ଭାବରେ ରହିଥିଲେ। ମଣ୍ଡପ ପ୍ରତିଷ୍ଠା କର୍ତ୍ତା ଭାବରେ ଜାନକୀ ସାହୁ, ମାଳତୀ ସାହୁ, ଖୁସିରାମ ସାହୁ ଏବଂ ନାମଯଜ୍ଞ କର୍ତ୍ତା ଭାବରେ କକେୟା ସାହୁ, ଘନ ସାହୁ ଥିଲେ। ଭୋଇରମୁଣ୍ଡା ଗ୍ରାମବାସୀ ଓ ଗଜାନନ ଯୁବକ ସଂଘ ଦ୍ୱାରା ଆୟୋଜିତ ହୋଇଥିଲା। ଏହାକୁ ସଫଳ କରିବାରେ କମିଟିର ସଭାପତି ଖୁସିରାମ, ସମ୍ପାଦକ ଅଶୋକ ସାହୁଙ୍କ ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ ଥିବା ସହ ସମସ୍ତ ଗ୍ରାମବାସୀଙ୍କ ସହଯୋଗ ପ୍ରସସନୀୟ।
