ମରଣ ମୁହଁରୁ ଯୁବକଙ୍କୁ ଉଦ୍ଧାର କାଲା ଅଗ୍ନିଶମ ବିଭାଗ

।। କ୍ରାନ୍ତିକ୍ଷେତ୍ର ।। କୋକସରା : ଇନ୍ଦ୍ରାବତୀ କେନାଲ ପାଣିରେ ଭାସିଯାଉଥିବା ଜଣେ ଯୁବକଙ୍କୁ କୋକସରା ଅଗ୍ନିଶମ ବିଭାଗ ମରଣ ମୁହଁରୁ ବଞ୍ଚାଇ ଆଣିଛି। ଉଦ୍ଧାର ଯୁବକ ହେଲେ କନ୍ଦାବୁଟୁରା ଗ୍ରାମର କୁମର ରାଉତ (୩୦ ବର୍ଷ) ବୋଲି ଜଣାପଡ଼ିଛି। ସୂଚନାନୁସାରେ, ଯୁବକ କୁମର ରାଉତ ନିଜ ଗାଁ ନିକଟରେ ଯାଇଥିବା ଇନ୍ଦ୍ରାବତୀ କେନାଲ କୁ ଗାଧୋଇବା କୁ ଯାଇ କେନାଲ ପାଣିରେ ଭାସି ଯାଇଥିଲେ। କାଶିବାହାଲ ଶିଆଲୋଟିପଡା ଗେଟ୍ ନମ୍ବର-୨୫ ଠାରେ ଯୁବକ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। କୋକସରା ଅଗ୍ନିଶମ ବିଭାଗର ଓଆସି ପ୍ରଶାନ୍ତ ବାଘଙ୍କ ନେତୃତ୍ୱରେ କର୍ମଚାରୀମାନେ ପହଞ୍ଚି କେନାଲ ପାଣିରୁ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ ଯୁବକ ମନାସିକ ବିକୃତ ଥିବା କହିଛନ୍ତି।