।। କ୍ରାନ୍ତିକ୍ଷେତ୍ର ।। କୋକସରା : କୋକସରା ବ୍ଲକ ମାଝୀଗୁଡା ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରତାପ ଚନ୍ଦ୍ର ମହାନ୍ତି ଓ ବରିଷ୍ଠ କିରାଣୀ ଚୈତନ୍ୟ ବାଗଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କିଶୋର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ପୂର୍ବତନ ଧର୍ମଗଡ଼ ବିଧାୟକ ମୌଷଧି ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଗୋଷ୍ଠୀ ଶିକ୍ଷକ ଅଧିକାରୀ ମହେଶ କୁମାର ଭାଟି ବିଶିଷ୍ଟ ଅତିଥି, କୋକସରା ଜବାହାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ମୁଖ୍ୟବକ୍ତା, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ସୁଧୀର ରଞ୍ଜନ ପଣ୍ଡା, କାଉଡୋଳା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ପଣ୍ଡା, ବଡପୋଡ଼ାଗୁଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମୃତ୍ୟୁଞ୍ଜୟ ପଣ୍ଡା ଓ ବର୍ଷାରାଣୀ ଦାସ ପରିଚାଳନା କରିଥିଲେ।
