।। କ୍ରାନ୍ତିକ୍ଷେତ୍ର ।। କେସିଙ୍ଗା (ମଧୁସୂଦନ ଠାକୁର) : କେସିଙ୍ଗା ଥାନା ଜିଲ୍ଲାରେ ଆଦର୍ଶ ଥାନାର ମାନ୍ୟତା ପାଇଥିଲେ ମଧ୍ୟ ପୁରୁଣା ଛୋଟ ବିଲ୍ଡିଂ ରେ କାମକାଜ ହେଉଥିଲା। ଜଣେ ଥାନା ଅଧିକାରୀଙ୍କ ସମେତ ୫ ରୁ ୬ ଜଣ ଦ୍ୱିତୀୟ ପାହ୍ୟା ର ଅଧିକାରୀଙ୍କ ଡେସ୍କ ସମେତ ଚୋର ମାନଙ୍କ ପାଇଁ ସେଲ ସେହି ଗୋଟିଏ ବିଲ୍ଡିଂ ରେ କୁଚାକୁଚି ହୋଇ ଥିବାରୁ ଅନେକ ସମୟରେ ଥାନା ଅଧିକାରୀ ମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ପ୍ରାୟ ଏକ କୋଟି ୭୩ ଲକ୍ଷ ଟଙ୍କାରେ ନୂତନ ବିଲ୍ଡିଙ୍ଗ ତିଆରି ସରି ଅନେକ ଦିନ ବିତିଯାଇଥିଲା। ଆଜି ସନ୍ଧ୍ୟାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ଭୁବନେଶ୍ଵର ରୁ ଆଭାଷି ମାଧ୍ୟମରେ ନୂତନ ଆକର୍ଷଣୀୟ କୋଠା କୁ ଉଦ୍ଘାଟନ କରିଥିଲେ। ଏ ନେଇ କେସିଙ୍ଗା ଆଦର୍ଶ ଥାନା ପରିସରରେ ଏକ କାର୍ଯ୍ୟକ୍ରମ କେସିଙ୍ଗା ପୋଲିସ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀ, ଥାନା ଅଧିକାରୀ ଜୀତେନ୍ଦ୍ର ବିଶ୍ଵାଳ,ଏସ ଆଇ ରାହାସ ବିହାରି ସାହା, ଅରକ୍ଷିତ ମାଝୀ, ରାଜେଶ ପରିଡ଼ା, ରେଣୁକା ଖେଶ୍ଏ, ଏସଆଇ ଧନେଶ୍ଵର ସୁନାନୀ, ଶାନ୍ତିଲତା ବାରିକଙ୍କ ସମେତ କେସିଙ୍ଗା ନଗରପାଲ ନୃପରାଜ୍ ଯାଦବ,ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ପୂର୍ବତନ ନଗରପାଲ ରାମ କୁମାର ଜୈନ, ଶିଲୁ ପରିଡ଼ା, ନଳୀନ ପଟ୍ଟନାୟକ, ପ୍ରତାପ ବାଗ, ବଂଶୀ ପାଣି ସାହା, ଅଞ୍ଚଳର ଯୁବ ସମାଜ ସେବୀ ଜିତୁ ମିଶ୍ରଙ୍କ ସମେତ କେସିଙ୍ଗା ପୋଲିସ ଷ୍ଟେସନ ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
