ନବାହ ପାରାୟଣ ପାଇଁ କଲସ ସଭାଯାତ୍ରା

।। କ୍ରାନ୍ତିକ୍ଷେତ୍ର ।। ବୀରମହାରାଜପୁର (ପ୍ରଦିପ ପଧାନ) :  ବୀରମହାରାଜପୁର ଟାଙ୍ଗରସାହୀରେ ନବାହ ପାରାୟଣ ପାଇଁ କଲସ ସଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଟି ଶନିବାର  ଠାରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ବ୍ୟାସ ସୁନିଲ କୁମାର, ବଲାଙ୍ଗିରର ହୋଇଥିବା ବେଳେ ପ୍ରବଚିକା ସରୋଜିନୀ ଦେବୀ ଶ୍ରୀକ୍ଷେତ୍ର ପୂରୀ ରୁ ଆସିବ ବୋଲି ଆୟୋଜକଙ୍କ ସୁତ୍ରରୁ ପ୍ରକାଶ। କଲସ ଯାତ୍ରାରେ ଗ୍ରାମବାସୀ ମାନଙ୍କ ସହିତ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା,  ଉପାଧ୍ୟକ୍ଷ ନାରାୟଣ ଲୁହା ପ୍ରମୁଖ ଉପସ୍ଥିତ ରହି ସହର ପରିକ୍ରମା କରିଥିଲେ।