କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ବିଶ୍ଵ ମହିଳା ଦିବସ ପାଳନ ଅବସରରେ ଏସବିଆଇ ଏବଂ ରାମକୀ ଫାଉଣ୍ଡେସନ ପକ୍ଷରୁ କେସିଙ୍ଗା ଏନ୍ଏସି ର ବୋରିଙ୍ଗପଦର ସ୍ଥିତ ପଲକାପଡ଼ାଠାରେ କେସିଙ୍ଗା ମେଡିକାଲର ପ୍ରଭାତୀ ଡାକ୍ତର ରବୀନ୍ଦ୍ର ନାଥ ଖଟୁଆଙ୍କ ତତ୍ତ୍ଵାବଧାନରେ ମହିଳା ମାନଙ୍କ ମଧ୍ୟରେ ହେଉଥିବା ଜରାୟୁ କର୍କଟ ରୋଗ ସଂକ୍ରାନ୍ତରେ ଏକ ସଚେତନତା ଶିବିର ଅନୁଷ୍ଠିତ କରାଯାଇଛି। ଜରାଉ କର୍କଟ ରୋଗରୁ କିପରି ରକ୍ଷା ମିଳିବ କ’ଣ କ’ଣ ଲକ୍ଷଣ ଦେଖାଗଲେ ଉକ୍ତ ରୋଗ ହୋଇଛି ବୋଲି ଜାଣିହବ ଓ ତାହାର ଉଚିତ୍ ପ୍ରତିକାର ବିଷୟରେ ଉପସ୍ଥିତ ଡାକ୍ତର ମହିଳା ମାନଙ୍କୁ ଅବଗତ କରାଇଥିଲେ। ବୈଜ୍ଞାନିକ ମାନଙ୍କ ଦ୍ଵାରା ଜରାୟୁ କର୍କଟ ପାଇଁ ଆବିଷ୍କାର କରାଯାଇଥିବା ଏଚପିଭି ଟୀକାକରଣ ଯାହା ଚଳିତ ମାସ ୩ ତାରିଖ ରୁ ଆରମ୍ଭ କରାଯାଇଛି। ଜରାୟୁ କର୍କଟ ରୋଗ ପାଇଁ କେତେ ଆବଶ୍ୟକ ସେହି ବିଷୟରେ ଉପସ୍ଥିତ ଡାକ୍ତର ମହିଳା ମାନଙ୍କୁ ଅବଗତ କରାଇଥିଲେ। ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଶତାଧିକ ମହିଳା ଯୋଗଦାନ କରି ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଫାଉଣ୍ଡେସନ ର ଫାର୍ମାସିଷ୍ଟ ଯୋସ୍ନା ରାଣୀ ବେହେରା, ନର୍ସିଂ ଷ୍ଟାଫ ପାଙ୍କଜିନି ରଣା, ଏଲଟି ନୀତୁ ନାୟକ, ନିରଞ୍ଜନ ହାତୀ ସୁଦେନା କୈବର୍ତ୍ତ, ବନିତା ବିଶି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
