କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ତାଲୁକ ଆଇନ ସେବା ସମିତି କେସିଙ୍ଗା ତରଫରୁ କେସିଙ୍ଗାର ଅଗ୍ରଣୀ ଅନୁଷ୍ଠାନ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଯାଇଛି। ସେବା ସମିତି ଅଧ୍ୟକ୍ଷା ତଥା ବିଚାରପତି ଦୀପ୍ତା ସେଠୀ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଘରୋଇ ହିଂସା ଆଇନ, ଶିଶୁ ମାନଙ୍କ ଉପରେ ହେଉଥିବା ଯୌନ ଉତ୍ପୀଡନ କୁ ରୋକିବା, ପୀଡ଼ିତା ର କ୍ଷତିପୂରଣ ଯୋଜନା, କର୍ମକ୍ଷେତ୍ର ରେ ମହିଳା ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର କୁ ରୋକିବା ଇତ୍ୟାଦି ବିଷୟ ଉପରେ ଆଲୋଚନା କରିବା ସହ ଆନ୍ତର୍ଜାତୀୟ ମହିଳା ଦିବସ ର ଗୁରୁତ୍ଵ ବିଷୟରେ ଉପସ୍ଥିତ ମହିଳା ଓ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ର ସଭାପତି ତଥା ଆଇନଜୀବି ସୁଶାନ୍ତ ମହାପାତ୍ର,ଓକିଲ ସଂଘ ସମ୍ପାଦକ ଯୁଗଳ କିଶୋର ଦୀପ, ଅନୁଷ୍ଠାନ ର ଗୋବିନ୍ଦ ବ୍ରହ୍ମା ଓ ଅନ୍ୟ କର୍ମକର୍ତ୍ତା ଙ୍କ ସମେତ ଅଦାଲତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
