ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସେବା ଜଗତ ପକ୍ଷରୁ ସେଲକୋ ଫାଉଣ୍ଡେସନ, ଓଡିଶା ମିଲେଟ ମିଶନ ଓ ଓମାନୀଟି ଫାଉଣ୍ଡେସନ ସହଯୋଗରେ କ୍ଷୁଦ୍ର୍ୟ ଶସ୍ୟ ଆଧାରିତ ଖାଦ୍ୟ ପ୍ରଦର୍ଶନୀ କାର୍ଯ୍ୟକ୍ରମ ବୁରାଟ ଗ୍ରାମଠାରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମହିଳା ଫେଡେରେସନ ସଦସ୍ୟା, ମିଶନ ଶକ୍ତି ସଦସ୍ୟା, ମହିଳା ଚାଷୀ, ଉଦ୍ୟମୀ ଓ ସଙ୍ରଗଠନର କର୍ମୀ ସକ୍ରିୟ ଭାଗ ନେଇଥିଲେ। ମୁଖ୍ୟ ଅତିଥି ଭାବରେ ଗୋଷ୍ଟି ଅନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଶରତ କୁମାର ସେଠି ସମ୍ମାନୀୟ ଅତିଥି ଭାବରେ ମ. ରାମପୁର ଥାନା ଅଧିକାରୀ ଶ୍ରୀକକ୍ତ ଚିତ ରଞ୍ଜନ ପଧାନ, ଆଇ.ସି.ଡ଼ି.ଏସ ସୁପର ଭାଇଜର ଶର୍ମିଲା ବେହେରା, ମିଶନ ଶକ୍ତି ସଂଯୋଜକ ବିପିନ କୁମାର ବାରିକ, ସି.ଆର.ସି ଲାଲୁ ରଣା, ସମିତି ସଭ୍ୟା ରାଜ କୁମାରୀ ସୁନା ଓ ସେବା ଜଗତର ସମ୍ପାଦକ ସତ୍ୟ ନାରାୟଣ ପଟ୍ଟନାୟକ ଉପସ୍ଥିତ ଥିଲେ। ପ୍ରଦର୍ଶନୀ ସମୟରେ କ୍ଷୁଦ୍ର୍ୟ ଶସ୍ୟ ଦ୍ଵାରା ତିଆରି ବିସ୍କୁଟ ଲଡ଼ୁ, ଉପମା, ନମକିନ, ପକୁଡି, ବିଭିନ୍ନ ମିଠା ପିଠା ଇତ୍ୟାଦି ମିଶି ମୋଟ ୧୮୦ ପ୍ରକାର ର ଖାଦ୍ୟ ପ୍ରଦର୍ଶିତ ହୋଇଥିଲା। ଏହା ମାଧ୍ୟମରେ ମିଲେଟ ର ପୋଷଣ ମୂଲ୍ୟ, ସ୍ଵାସ୍ତ୍ୟ ପାଇଁ ଏହାର ଉପକାରିତା ଓ ମହିଳା ମାନଙ୍କ ପାଇଁ ଜୀବିକା ଉନ୍ନୟନ ଓ ଉଦ୍ୟାମିତା ସୃଷ୍ଟି ର ସୁଯୋଗ ବିଷୟରେ ସଚେତନତା ସୃଷ୍ଟି ସହିତ ବିଭିନ୍ନ କ୍ଷେତ୍ରରେ ମହିଳା ମାନକ ଅଧିକାର ଓ ନେତୃତ୍ୱ ବୃଦ୍ଧି ସମ୍ପର୍କରେ ବିଶୃତ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମ ଶେଷ ରେ ଅଂଶ ଗ୍ରହଣ କାରି ମାନେ ନିଜ ଅନୁଭବ ସେୟାର କରିଥିଲେ। କାର୍ଯ୍ୟକ୍ରମରେ ସେବା ଜଗତ ଅନୁଷ୍ଠାନର ରୋଶନାରା ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ, ପ୍ରଦୀପ କୁମାର ସାହୁ କାର୍ଯ୍ୟକ୍ରମର ଉଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ ସୁନିତା ତାଣ୍ଡି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
