ଜିଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

ରାୟଗଡା/କ୍ରାନ୍ତିକ୍ଷେତ୍ର : ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ସତ୍ୟନାରାୟଣ ଷଡଙ୍ଗୀଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଆଲ୍ପନା ସ୍ୱାଇଙ୍କ ଅଧ୍ୟକ୍ଷତାରେ ଆଜି  ସ୍ଥାନୀୟ ମହିଳା ମହାବିଦ୍ୟାଳୟ, ରାୟଗଡା ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ତରଫରୁ “ଆନ୍ତର୍ଜାତୀୟ ମହିଲା ଦିବସ” ପାଳିତ ହୋଇଯାଇଛି। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମୂଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଅପର୍ନା ମହାପାତ୍ର, ମହିଳା କୋର୍ଟର ବିଚାରପତି ତଥା ଭାରପ୍ରାପ୍ତ ଦାୟିତ୍ୱରେ ଥିବା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ  ସସ୍ମିତା ମିଶ୍ର, ରାୟଗଡା ବାର ଆସୋସିଏସନର ଆଇନଜୀବି  ଦେବରାଜ ନାଏକ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଫିସ ର ପ୍ରଣ୍ଟଅଫିସ ରିଟେନର ଶୁଭ୍ରାକାନ୍ତି ବେହେରା ଓ ଭାରପ୍ରାପ୍ତ ଦାୟିତ୍ୱରେ ଥିବା ମହିଳା ମହାବିଦ୍ୟାଳୟ, ରାୟଗଡାର ଅଧ୍ୟକ୍ଷ, ଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ମହିଳାମାନେ ଓ ଶିଶୁମାନେ କିପରି ଯୌନ ନିର୍ଯ୍ୟାତନା ର ସୀକାର ହେଉଛନ୍ତି ଏବଂ ତାର ପ୍ରତିକାର ପାଇଁ କିପରି ଆଇନର ବ୍ୟବସ୍ଥା ଅଛି ତାହା ପିଲାମାନଙ୍କୁ ବିସୃତରେ ବୁଝାଇଥିଲେ। ଏଥି ସହିତ ବାଲ୍ୟ ବିବାହ, ଯୌତୁକ ନିର୍ଯ୍ୟାତନା, ଘରୋଇ ହିଂସା ଆଇନ, ପୋକ୍ସ ଆକ୍ଟ, ପି.ସି. ପି.ଏନ୍.ଡି.ଟି ଆକ୍ଟରେ ଉଦ୍ଦିଷ୍ଟ ଥିବା ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ। ସର୍ବୋପରି ଏହି କାର୍ଯ୍ୟକ୍ରମରେ ଛାତ୍ରୀ ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଦାୟିତ୍ୱରେ ଥିବା ସସ୍ମିତା ମିଶ୍ରଙ୍କ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେସ ହୋଇଛି।

Leave a Reply

Your email address will not be published. Required fields are marked *