ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗଉଡ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚଚା ଗ୍ରାମର ବାଲିଯାତ୍ରା ଗୁଡ଼ିଠାରେ ମା ଠାକୁରାଣୀଙ୍କ କଳସୀ ଯାତ୍ରା ପାଇଁ ଶୁଭଖମ୍ବ ସ୍ଥାପନ ହୋଇଛି। ଠାକୁରାଣୀ ପୂଜାରୀ ସୀତାରାମ ପୂଜାରୀଙ୍କ ପୂଜା ବିଧି ବହନ ପରେ ସ୍ଥାପନ ହୋଇଛି। କଳସୀ ଯାତ୍ରା ୨୩ ତାରିଖରୁ ଆରମ୍ଭ ହୋଇ ୯ଦିନ ଧରି ଆୟୋଜିତ ହେବାକୁ ଥିବାବେଳେ ପ୍ରତ୍ୟେକ ଦିନ ମା’ ଠାକୁରାଣୀ କଳସୀ ରୂପରେ ବିଭିନ୍ନ ଗାଁ ବୁଲି ଦର୍ଶନ ଦେବେ। ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ରାତିରେ କମିଟି ପକ୍ଷରୁ ନାଟକ ଅନୁଷ୍ଠିତ ହେବ। ଖମ୍ବ ସ୍ଥାପନ ସମୟରେ ଗାଁ ଗୌନ୍ତିଆ ପିତାମ୍ବର ପୂଜାରୀ, ସୀତାରାମ ପୂଜାରୀ, ଚାଲାଣ ହରିଶ୍ଚନ୍ଦ୍ର ପ୍ରଧାନୀ, ଗଣ୍ଡା ରୂପଧର ଗଣ୍ଡା ସଭାପତି ଲକ୍ଷ୍ମୀଧର ଗଣ୍ଡା, ମଣ୍ଟୁ ପୂଜାରୀ ଉପେନ୍ଦ୍ର ମାଝୀ, ଯୁଜେଷ୍ଟି ମାଝୀ, ଜୟସିଂ ଗୌଡ଼ ଜଳନ୍ଧର ପୂଜାରୀ, ଈଶ୍ୱର ନାୟକଙ୍କ ସମେତ କମିଟିର ସଦସ୍ୟମାନେ ଓ ଗ୍ରାମବାସୀ ଯୋଗଦେଇଥିଲେ।
