ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବେଲଗାଁ ପଞ୍ଚାୟତ ମହଣ୍ଡି ଗ୍ରାମର ପଲସରାମ ଗୌଡ଼(୫୫) ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ପଲସରାମ ସକାଳୁ ମହୁଳ ସଂଗ୍ରହ ପାଇଁ ନିଜ ଜମିରେ ରହିଥିବା ମହୁଲ ଗଛକୁ ଯାଉଥିଲେ। ହେଲେ ମହୁଲ ଗଛକୁ ପହଞ୍ଚିବା ପରେ ଦୁଇଟି ଭାଲୁ ଅତର୍କିତ ଭାବେ ପଳସରାମକୁ ଆକ୍ରମଣ କରିଥିଲା। ପଳସରାମ ଚିତ୍କାର କରିବାରୁ ଆଖପାଖରେ ମହୁଲ ଗୋଟାଉ ଥିବା ଲୋକେ ଦୌଡ଼ି ଆସି ଲହୁଲୋହାଣ ଅବସ୍ଥାରେ ପଳସରାମକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ପଳସରାମର ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡିଛି।
