କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଦୁର୍ଗା ମାଧବ ହାଇସ୍କୁଲ ଠାରେ ଆଜି ଅଭିଜ୍ଞତା ଅଗ୍ରଣୀ ଶିକ୍ଷକ ମାନଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ତାଲିମ ପ୍ରଦାନ କରାଯାଇଛି। ଏହି ତାଲିମ ୧୬ ତାରିଖରୁ ଆରମ୍ଭ ହୋଇ ୧୮ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଜନଗଣନା ପାଇଁ ତାଲିମ ଶିବିର ଶୁଭାରମ୍ଭ କରାଯାଇଛି। ପ୍ରଥମ କରି ଏକ ନୂଆଁ ରୂପ ଯାହାକି କମ୍ପ୍ୟୁଟରୀକରଣ ତଥା ଡିଜିଟାଲ ମୋଡରେ କରାଯିବାର ବ୍ୟବସ୍ଥା କରାଯାଇଛି। ୨୦୧୧ ଜନଗଣନା ପରେ ଏହି ସେନସସ କାର୍ଯ୍ୟକ୍ରମ ଡିଜିଟାଲ ମୋଡରେ ହେବ। ଏଣୁ ୩ ଦିନ ବ୍ୟାପୀ ନିୟୋଜିତ ହେବାକୁ ଥିବା ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ତାଲିମ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି କଲମପୁର ତହସିଲ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରସରକାରଙ୍କ ସାଂକ୍ଷିକ ଅନୁସନ୍ଧାନକାରୀ ସୌରଭ ତିୱାରୀ ଯୋଗଦେଇ ଏହି ଶିବିରକୁ ଶୁଭାରମ୍ଭ କରି ଡିଜିଟାଲ ମୋଡରେ କିଭଳି ସେନସସ କରିବେ ସେନେଇ ସମସ୍ତଙ୍କୁ ଅବଗତ କରିଥିଲେ। ଅତିରିକ୍ତ ତହସିଲଦାର ଦେବପ୍ରସନ୍ନ ଷଡ଼ଙ୍ଗୀ ପ୍ରଥମେ ସମସ୍ତଙ୍କୁ ସ୍ଵାଗତ କରିଥିବାବେଳେ ତହସିଲଦାର ସ୍ମରଣିକା ତୁଲ ଏହି ଜନଗଣନା କାର୍ଯ୍ୟକ୍ରମକୁ ନିର୍ଭୁଲ ଓ ସଠିକ ତଥ୍ୟ ସଂଗ୍ରହକରି ସମସ୍ତେ ନିଜ ଦାୟିତ୍ୱ ସମ୍ପନ୍ନ କରିବା ନେଇ ଗୁରୁତ୍ୱାରୋପ କରିଥିଲେ। ଏହି ଶିବିରକୁ ରାଜସ୍ୱ ପରିଦର୍ଶକ ତପୋବନ ବାରିକ, ରାଜସ୍ୱ ନିରୀକ୍ଷକ ସୁମନ୍ତ କୁମାର ପାତ୍ର, ଡିଇଓ ତ୍ରିନାଥ ଭୋଳ ପ୍ରମୂଖ ଉପସ୍ଥିତ ରହି ଶୁଭାରମ୍ଭ କରିବାରେ ସହଯୋଗ କରିଥିଲେ। ଏ ବିଇଓ ଦିଲୀପ କୁମାର ବେହେରା ଏଥିରେ ଅଂଶଗ୍ରହଣ କରିଥିବାବେଳେ ମାଷ୍ଟର ଟ୍ରେନର ଭାବେ ଅଧ୍ୟାପକ ଅନ୍ତର୍ଯ୍ୟାମୀ ପରିଡ଼ା, ରାଜେନ୍ଦ୍ର ପ୍ରଧାନ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ ।
