କୋକସରା/କ୍ରାନ୍ତିକ୍ଷେତ୍ର : ଗତ ଦୁଇ ଦିନ ହେଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଠାରେ ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ଚାଳିଛି। ଏଥି ନିମନ୍ତେ ଗାଁରେ ହରେକୃଷ୍ଣ ହରେରାମ ଧ୍ବନିରେ ପରିବେଶ ଗୁଞ୍ଜରିତ ହୋଇଉଠିଛି। ଏହି ନାମଯଜ୍ଞରେ ପଣ୍ଡିତ ଦିଲ୍ଲୀପ କୁମାର ଯୋଷୀ, ସହଯୋଗୀ ପ୍ରତାପ ପଣ୍ଡା ପ୍ରମୁଖ ପୂଜାକାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ନିଲାମ୍ବର ଦାସ ଓ ତାଙ୍କ ସହଧର୍ମିଣୀ ରୁବି ଦାସ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଏଥିରେ ବଡ଼ପୋଡ଼ାଗୁଡ଼ା ଗ୍ରାମର ତିନୋଟି ସଂକୀର୍ତ୍ତନ ମଣ୍ଡଳୀ ସହିତ କଳାହାଣ୍ଡି ଜିଲ୍ଲା, ନୁଆପଡା ଓ ବଲାଙ୍ଗୀର ଜିଲ୍ଲାରୁ ମୋଟ ୯ ଗୋଟି ଦଳ ଯୋଗଦେଇଛନ୍ତି। ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ଫଳରେ ଗତ ଦୁଇଦିନ ଧରି ଗାଁରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ନାମଯଜ୍ଞ ସଂକୀର୍ତ୍ତନ ସାଙ୍ଗକୁ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ପ୍ରସାଦ ସେବନ (ଅନ୍ନଛତ୍ର) ମଧ୍ୟ ବ୍ୟବସ୍ଥା କରାଯାଇଥିଲା। କମିଟିର ସଭାପତି ଲଲିତ ମୋହନ ନାଏକ, ଉପ-ସଭାପତି ଘନଶ୍ୟାମ ବେମାଲ, ସମ୍ପାଦକ ଦେବେନ୍ଦ୍ର ଧଙ୍ଗଡାମାଝୀ, ସହ-ସମ୍ପାଦକ ରୁତୁରାମ ପ୍ରଧାନୀ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ଦାସ ସମେତ କମିଟିର ସମସ୍ତ କର୍ମକର୍ତ୍ତା ଓ ବଡ଼ପୋଡ଼ାଗୁଡ଼ା ଗ୍ରାମର ଯୁବତୀ, ମହିଳା, ପୁରୁଷ ଓ ଯୁବବର୍ଗ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟ ତୁଲାଉଛନ୍ତି।
