ପିଏମ ଶ୍ରୀ ସୁଡ୍ରା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ପିଏମ୍ ଶ୍ରୀ ଉତ୍ସବ ପାଳିତ

ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସୁଡ୍ରା ସରକାରୀ ଉଚ୍ଚ ବିଦ୍ୟାଳୟକୁ କେନ୍ଦ୍ର ସରକାର ପିଏମ ଶ୍ରୀ ମାନ୍ୟତା ଦେବାପରେ ପ୍ରଥମ କରି ପିଏମ ଶ୍ରୀ  ଉତ୍ସବ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ପ୍ରଫୁଲ ମହାରଣାଙ୍କ ନେତୃତ୍ୱରେ ବହୁ ଆଡମ୍ବର ରେ ପାଳିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ବାର୍ଷିକ ବିବରଣୀ ପଠନ କରିଥିଲେ। ମୂଖ୍ୟତିଥି ଭାବେ ରୂପେ ବାଲିଗୁଡ଼ା ପ୍ରକଳ୍ପ ପ୍ରଶାସକ ଆଇଟିଡିଏ କୃପାସିନ୍ଧୁ ବେହେରା ଅତି ସୁନ୍ଦର ଭାବେ ଛାତ୍ରଛାତ୍ରୀ ଙ୍କୁ ଭଲ ମଣିଷ ହେବାକୁ ହେଲେ ଶିକ୍ଷକ ଶିକ୍ଷୟତ୍ରୀ ଯାହା ପଢ଼ାଉଛନ୍ତି ଭଲରେ ଶୁଣ କହି ପୂର୍ବରୁ ଥିବା ଗୁରୁକୁଳ ଓ ମହାଭାରତ ର ଅଭିମନ୍ୟୁ ଚରିତ୍ର ର ଉଦାହରଣ ଦେଇଥିଲେ।  ସମ୍ମାନିତ ଅତିଥି ଭାବେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦୀପକ କନୱାର, ଗଟାଙ୍ଗୀ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତୀର୍ଥବାସୀ ଘଡେଇ,କୃତମ ଗଡ଼ ଆଶ୍ରମ ବିଦ୍ୟାଳୟ ର ପ୍ରଧାଶିକ୍ଷକ ହରିଶ୍ଚନ୍ଦ୍ର ପ୍ରଧାନ. ବଡଗାଁ ପିଏମ ଶ୍ରୀ ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପଦ୍ମିନୀ ପ୍ରଧାନ. ରେବୀଙ୍ଗିଆ ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ସିଂ , ଅଧକ୍ଷ ଆଦିବାସୀ ମହାବିଦ୍ୟାଳୟ, ଆଦିବାସୀ ମହାବିଦ୍ୟାଳୟ ର ଅଧକ୍ଷ ବିଭୂତି ଭୂଷଣ ଆଚାର୍ଯ୍ୟମୁଖ୍ୟ ବକତା ଭାବେ ଯୋଗଦେଇ ମଂଚାସୀନ ଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନେ ଓ ଅଭିଭାବକ ମାନେ ଯୋଗ ଦେଇଥିଲେ। ଆଙ୍କାକ୍ଷୀ ମେଳା, ଆଙ୍କାକ୍ଷୀ ଛାତ୍ର ପରିଷଦ, ଦୋକାନ ଯାତ୍ରା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ। ଏହି ବିଦ୍ୟାଳୟରେ ମୋଟ ୨୩ ଜଣ କର୍ମଚାରୀ କାର୍ଯ୍ୟରତ ଥିବାବେଳେ ୬୦୦ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରନ୍ତି।ଏହି ସଭାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି ପି ଏମ୍ ଶ୍ରୀ ଉତ୍ସବରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ସେବାୟତ ସେବାୟିତା ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସ୍ମିତାରାଣୀ ସାହୁ ସଭା ପରିଚାଳନା କରିଥିବା ବେଳେ ପରିଶେଷରେ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ମହାରଣା ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲ