ବୋଲେରୋ ପିକଅପ୍ ଭ୍ୟାନରୁ ୭ଶହ କେଜି ଗଞ୍ଜେଇ ଜବତ 

ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳୁଛି ଏକ ବଡ଼ ସଫଳତା। ବାଲିଗୁଡ଼ାରୁ ରାଜ୍ୟ ବାହାର କୁ ଚାଲାଣ ହେଉଥିବା ଏକ ବୋଲେର ପିକଅପ ଭ୍ୟାନ (ଓଡି୩୧, ୫୯୦୧) ରୁ ଜବତ ହେଲା ହୋଇଛି ୭ ଶହ କେଜି ଗଞ୍ଜେଇ। ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ବାଲିଗୁଡ଼ା ଥାନା ଆଇଆଇସି ଶିବରାଜ ସିଂଘାଙ୍କ ନେତୃତ୍ୱରେ ବାରଖମା ଫାଣ୍ଡି ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି ଗୁରବାର ସନ୍ଧ୍ୟା ସମୟରେ ଶୁଡ୍ରା ଘାଟିରେ ପେଟ୍ରୋଲିଃ କରୁଥିବାବେଳେ ଜଙ୍ଗଲ ମଧ୍ୟ୍ୟରେ ଥିବା ଗଞ୍ଜେଇ ବୋଝେଇ ବୋଲେରୋ ପିକଅପ ଭ୍ୟାନ କୁ ଜବତ କରିଥିଲେ। ଅଭିଯୁକ୍ତ ଡ୍ରାଇଭର ଗାଡ଼ି ଟିକୁ ଛାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ପୋଲିସ ବୋଲେର ପିକପ ଭ୍ୟାନ କୁ ଯାଞ୍ଚ ବେଳେ ଡାଲା ଉପରେ ଜରି ପାଲୋ ଭିତରୁ ୭ଶହ କେଜି ଗଞ୍ଜେଇ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ୍ୟ ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଥାନାରେ ଏନଡିପିଏସ୍ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

 

Leave a Reply

Your email address will not be published. Required fields are marked *