ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର : କନ୍ଧମାଳ ଜିଲ୍ଲା କ ନୂଆଗାଁ ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ଲିଃ ବାର୍ଷିକ ସାଧାରଣ ସଭା କ ନୂଆଗାଁ ବ୍ଲକ କଞ୍ଜାମେଣ୍ଡି ପଞ୍ଚାୟତ ଲ୍ୟାମ୍ପ ସମିତି ଲିଃ ପରିସରରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ସହକାରୀ ଉପ ନିବନ୍ଧକ ନରେସ ପ୍ରଧାନ ଯୋଗ ଦେଇଥିଲେ । ଅନ୍ୟ ଅତିଥି ଭାବେ ସମିତି ଡାଇରେକ୍ଟର ରବୀନ୍ଦ୍ର ନାୟକ, ସମିତି ସଭାପତି ବଳରାମ ମଲିକ, ଉପସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟା ଅନିତା ମଲିକ, ସରପଞ୍ଚ ଗୁନୁଲତା ମଲିକ ଯୋଗ ଦେଇଥିଲେ। ଲ୍ୟାମ୍ପ ପକ୍ଷରୁ ଚାଷୀଙ୍କୁ ଦିଆଯାଉଥିବା ଋଣ ସମ୍ୱନ୍ଧରେ ଚାଷୀଙ୍କୁ ସୂଚନା ଦିଆ ଯାଇଥିଲା । ଏବଂ ୧ ଲକ୍ଷ୍ୟ ଟଙ୍କା ବିନା ସୁଦ୍ଧରେ ଚାଷୀଙ୍କୁ ଋଣ ଦିଆଯିବ, ୩ ଲକ୍ଷ୍ୟ ଟଙ୍କା ଋଣ ଚାଷି ଆବେଦନ କଲେ ବର୍ଷକୁ ଦୁଇ ପରସେଣ୍ଟ ସୁଦ୍ଧ ଦିଆ ଯିବାର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ଅତିଥି ଚାଷୀଙ୍କୁ ଅବଗତ କରାଇ ଥିଲେ। ଭୂମିହିନ ଚାଷୀଙ୍କୁ ବଳରାମ ଯୋଜନାରେ ଲୋନ ଦିଆଯିବ, କୁଡୁଡ଼ା ଚାଷ, ଟ୍ରାକ୍ଟର, ପାୱାର ଟୀଲର ମଧ୍ୟ୍ୟ ଏହି ଲ୍ୟାମ୍ପ ମଧ୍ୟ୍ୟମରେ ଚାଷୀଙ୍କୁ ଦିଆଯିବ ବୋଲି ସୂଚନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଞ୍ଚଳର ଚାଷି ଯୋଗ ଦେଇ ଥିଲେ। ଉକ୍ତ କାର୍ଯ୍ୟକ୍ରମ ଏମଡି ପ୍ରମାନନ୍ଦ ପାତ୍ର, ପରିଚାଳନା କରିଥିବାବେଳେ ଆକାଉଣ୍ଟ ମୋନରଞ୍ଜନ ବିଶୋଇ, ଲୋନ ଆସିଷ୍ଟାଣ୍ଟ କିରନ ପାତ୍ର ସହଯୋଗ କରିଥିଲେ।
