- ଲକ୍ଷ ଲକ୍ଷ କ୍ୟୁସେକ ପାଣି ନଦୀରେ ବୋହି ବରବାଦ
- ଗେଟ ଖୋଲିବା ପଛରେ କାହା ହାତ
- ୫ ଶହ ହେକ୍ଟର ରବି ଚାଷ ଉପରେ ପଡ଼ିବ ପ୍ରଭାବ
କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ଖରା ଦିନରେ ଚାଷୀଙ୍କ ଚାଷ ଜମିକୁ ସୁରୁଖୁରୁ ରେ ପାଣି ଯୋଗାଇବା ପାଇଁ ପୂର୍ବ ସରକାର ସମୟରେ ସ୍ଥାନୀୟ ଯୋଲକୋ ଛକଠାରେ ଥିବା ରେତ୍ ନଦୀ ଉପରେ ପ୍ରାୟ ୫୯ କୋଟି ଟଙ୍କା ଖର୍ଚ୍ଚ କରି ଏକ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରି ରବି ଚାଷ ପାଇଁ ଚାଷୀ ଙ୍କୁ ପାଣି ଯୋଗାଇବା ପାଇଁ ସୁବ୍ୟବସ୍ଥା କରାଯାଇଥିଲା। ଯାହା ପ୍ରକଳ୍ପ ଆଖପାଖ ଅଞ୍ଚଳ ରେ ଥିବା ପ୍ରାୟ ୫ ଶହ ହେକ୍ଟର ଜମିରେ ରବି ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଚାଷୀ ମାନେ ମଧ୍ୟ ଦୁଇ ବର୍ଷ ହେଲା ଅଚିନ୍ତାରେ ରବି ଚାଷ କରି ନିଜର ଗୁଜୁରାଣ ମେଣ୍ଟାଉ ଥିଲେ। ହେଲେ କଣ ହେଲା କେଜାଣି ଅଚାନକ ପ୍ରକଳ୍ପର ତିନୋଟି ଗେଟ୍ ଖୋଲି ଯାଇ ନଦୀ ଗର୍ଭ ଜଳାଶୟରେ ଜମା ରହିଥିବା ଲକ୍ଷ ଲକ୍ଷ କ୍ୟୁସେକ ପାଣି ନଦୀରେ ବୋହି ତଳ ମୁଣ୍ଡ କୁ ଚାଲି ଯାଇଥିଲା। ଏଠାରେ ପ୍ରକାଶ ଥାଉକି ପ୍ରକଳ୍ପ ର ଗେଟ ଗୁଡ଼ିକ ବିଦ୍ୟୁତ୍ ଚାଳିତ। ଦାଇତ୍ୱରେ ଥିବା ୱାଚର ମେନ୍ କହୁଛି ମୁଁ ଖାଉଥିବା ସମୟରେ ହଠାତ୍ ଆପେ ଆପେ ଗେଟ ଖୋଲି ଯାଇଥିଲା। ବ୍ୟାପକ ପାଣି ବୋହି ଯିବା ଫଳରେ ତଳ ମୁଣ୍ଡରେ ଚାଷୀ ମାନେ ନଦୀ ମଝିରେ କୂଅ ଖୋଲି ମଟର ଓ ପମ୍ପ ସାହାଯ୍ୟରେ ପାଣି ନେଉଥିବା ପ୍ରାୟ ୫ ରୁ ୬ ଜଣ ଚାଷୀ ଙ୍କ ମଟର ଓ ପମ୍ପ ପାଣି ଓ ବାଲି ରେ ପୋତି ହୋଇ ଯାଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ସେପଟେ ଘଟଣା ଘଟିବା ପରେ ଘଟଣା ସ୍ଥଳରେ ପହଞ୍ଚି ଥିବା ଅଧିକାରୀ ମାନଙ୍କ ପାଟିରୁ କଥା ବାହାରୁ ନଥିଲା। ଜଣେ ଅଧିକାରୀ ମୁଁ ଏବେ ଆସିଛି କଣ ହେଇଛି କିପରି ପାଣି ପଲେଇଲା ଜାଣିନି କାରଣ ଜଣାପଡ଼ିବା ପରେ କହିବି କହି ନିଜ ଉପରୁ ଦୋଷ ଏଡାଇ ଦେଇ ଥିଲେ। ଚାଷୀ ଙ୍କ ପାଇଁ ଜମା ଥିବା ପାଣି ବୋହିବା ପରେ କାହା ମୁଣ୍ଡରେ ଦୋଷ ଲଦିବେ ଦେଖିବାକୁ ବାକି ରହିଲା। ଯୋଉଁ ନଦୀଗର୍ଭ ଜଳାଶୟରେ ଦୁଇ ଦିନ ତଳେ ୧୦ ରୁ ୧୫ ଫୁଟ ପାଣି ଥିଲା ଆଜି ସେଠାରେ ବାଲି ଦେଖାଯାଉଛି। ବର୍ତ୍ତମାନ ନଦୀ ଗର୍ଭ କୁ କୋଉଠୁ ପାଣି ଆସିବ ଓ ଚାଷୀ କିପରି ରବି ଚାଷ କରିବେ ଚିନ୍ତାରେ। ସେପଟେ ଚାଷୀଙ୍କୁ ଉପଯୁକ୍ତ ଭରଣା ସହିତ ଏହାର ଉଚିତ୍ ତଦନ୍ତ କରିବା ପାଇଁ ସାଧାରଣରେ ଦାବୀ ହେଉଛି।
