୩ ଦିନିଆ ଜନଗଣନା ତାଲିମ ଶିବିର ଉଦ୍‌ଯାପିତ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର(ମଧୁସୂଦନ ଠାକୁର) : କେସିଙ୍ଗା ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଗତ ୩ଦିନ ଧରି ଚାଲିଥିବା ଜନଗଣନା ୨୦୨୭ ପାଇଁ ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକଙ୍କ ତାଲିମ ଶିବିର ଶୁକ୍ରବାର ଉଦ୍‌ଯାପିତ ହୋଇଛି। କେସିଙ୍ଗା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଟାଉନ ସେନ୍‌ସସ୍ ଚାର୍ଜ ଅଫିସର ଚିନ୍ମୟ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ଏହି ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ପ୍ରଥମ କରି ଏହି ଜନଗଣନା ଏକ ନୂଆ ରୂପରେ ଯାହାକି ଡିଜିଟାଲ ମୋଡରେ କରାଯିବ ବୋଲି ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ଶିବିରରେ କେସିଙ୍ଗା ମହାବିଦ୍ୟାଳୟର ଅଧ୍ୟାପକ ଉମେଶ ଚନ୍ଦ୍ର ଜେନା ଏବଂ ସୁନୀଲ କୁମାର ଜେନା ପ୍ରଶିକ୍ଷଣ ଦେଇଥିଲେ। ଏହି ପ୍ରଶିକ୍ଷଣ ମାଧ୍ୟମରେ ଜନଗଣନା କାର୍ଯ୍ୟକୁ ସଠିକ ଏବଂ ନିର୍ଭୁଲ ଭାବରେ ସମ୍ପାଦନା କରିବା ନିମନ୍ତେ ଗୁରୁତ୍ୱାରୋପ କରାଯାଇଥିଲା।

Leave a Reply

Your email address will not be published. Required fields are marked *