କଲ୍ୟାଣସିଂହପୁର/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ର ଦୀର୍ଘଦିନ ଧରି ଅବ୍ୟବସ୍ଥାରେ ପଡ଼ିରହିଛି। ସମସ୍ୟା ପ୍ରତି ସମାଧାନ ଦିଗରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କାହାରି ଦୃଷ୍ଟି ପଡୁନାହିଁ। ଯାହା ଫଳରତେ ଦିର୍ଘ ବର୍ଷ ହେବ ଗ୍ରାମର ଜଣେ ବ୍ୟକ୍ତିଙ୍ଗକ ଆବାସ ଘରେ ଅଙ୍ଗନବାଡି କେନ୍ଦ୍ର ଚାଲିଆସୁଛି। ଅଭିଯୋଗ ଅନୁସାରେ ଦିର୍ଧ ବର୍ଘରୁ ଏହି କେନ୍ଦ୍ରର ଛାତରୁ ସିମେଣ୍ଟ ଖସି ପଡ଼ୁଥିବା ସହ ଲୁହା ଛଡ଼ ବାହାରିଆସିଛି। କୋଠାରେ ସ୍ଥାନେ ସ୍ଥାନେ ଫାଟ ହୋଇଥିବା ଓ ସମ୍ପୂର୍ଣ ଅଚଳ ରହିଥିବା ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମନ୍ୱିତ ଶିଶୁ ବିକାଶ ଯୋଜନା ଆଇସିଡିଏସ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ହେଲେ ପ୍ରଶାସନ ପ୍ରତିଶୃତିରେ ଭୁଲିଯାଇ ଅଜି ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏହିପରି ଅସୁରକ୍ଷିତ ପରିସ୍ଥିତି ଦେଖି ଛୋଟ ଛୋଟ ଶିଶୁମାନଙ୍କୁ ସେଠାରେ ପ୍ରାକ୍-ଶିକ୍ଷା ଦେବାକୁ ଅସୁବିଧା ହେଉଥିବାରୁ ପ୍ରାୟ ବର୍ଷ ବର୍ଷ ହେଲା ଗ୍ରାମର ତିଆକା ତିଲେଙ୍କ ଆବାସ ଘରେ ଅଙ୍ଗନବାଡି କାର୍ଯ୍ୟକ୍ରମ ଚାଲିଆସୁଛି। ଏହି ଘରରେ ଏବେ ପ୍ରାକ୍-ଶିକ୍ଷା, ପୋଷଣ, ଗର୍ଭବତୀ ମହିଳା, କିଶୋରୀ ବାଳିକା ଓ ଶିଶୁମାନଙ୍କ ପାଇଁ ସମସ୍ତ କାର୍ଯ୍ୟକ୍ରମ ଚାଲିଛି। ଅଙ୍ଗନବାଡି କର୍ମୀ ମନୁ ନାୟକ ସୁଚାରୁ ଭାବେ କାର୍ଯ୍ୟ ସଂଚାଳନ କରୁଥିବା ସତ୍ତ୍ୱେ ଗ୍ରାମରେ ସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଏହି ସମ୍ପର୍କରେ ଶିଶୁ ବିକାଶ ଓ ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ମମତା ରାଣୀ ଦାସ କହିଛନ୍ତି ଯେ, ଉପରିସ୍ଥ ଅଧିକାରୀଙ୍କୁ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ଲିଖିତ ଭାବେ ଜଣାଯାଇଛି ଏବଂ ଅନୁମତି ମିଳିଲେ ମରାମତି କିମ୍ବା ନୂତନ ଗୃହ ନିର୍ମାଣ କରାଯିବ। ଅନ୍ୟପଟେ କହିବାକୁ ଗଲେ ବର୍ଷ ପରେ ବର୍ଷ ଯାଉଥିବା ସତ୍ତ୍ୱେ କୌଣସି ପ୍ରଗତି ନ ହେବାରୁ ପ୍ରଶାସନର ଅବହେଳା ପ୍ରକାଶ ପାଉଛି। ଫଳରେ ଛୋଟ ଛୋଟ ଶିଶୁମାନେ ଆଜିବି ଆବାସ ଘରେ ଅସୁବିଧାରେ ଶିକ୍ଷା ଗ୍ରହଣ କରୁଛନ୍ତି ବୋଲି ଗ୍ରାମର ଲୋକମାନେ ଲେଲି କନ୍ଧପାଣି, ବଳରାମ କୌଶଲ୍ୟା, ଜାଗିଲି କନ୍ଧପାଣି, ପବିତ୍ର ପାଲାକା, କାଶପତି ପାଲାକା, କାମେଶ୍ୱର କରକରିଆ, ଦେବେନ୍ଦ୍ର ପାଲାକା ଅଭିଯୋଗ କରୁଛନ୍ତି।
