ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ପିଇବା ପାଣି ଟୋପାଏ ପାଇଁ ଦୀର୍ଘ ସାତ ଦଶନ୍ତି ହେଲା ଗ୍ରାମବାସୀ ଲଢ଼େଇ କରି କରି ନୟାନ୍ତ ହେଲେଣି କିନ୍ତୁ ନାଁ ମିଳିଛି ବିଶୁଦ୍ଧ ପାନୀୟ ଜଳ ନାଁ ପ୍ରଶାସନ ସ୍ଥାୟୀ ସମାଧାନ କରି ପାରୁଛି। ସ୍ୱାଧୀନତା କୁ ୭୯ ବର୍ଷ ପୂର୍ତ୍ତି ଇଥିଲେ ହେଁ ଗାଁରେ ପିଇବା ପାଣିର ସ୍ଥାୟୀ ସମାଧାନ ହୋଇପାରୁନାହିଁ। ଦୀର୍ଘ ବର୍ଷ ହେଲା ପ୍ରଶାସନର ନଜର ଥିଲେ ସୁଦ୍ଧା ଏହାର ସ୍ଥାୟୀ ସମାଧାନ ଦିଗରେ କୌଣସି ଗୁରୁତ୍ଵ ଦିଆଯାଉ ନାହିଁ। ସମାଧାନ କରିବା ଦିଗରେ ପ୍ରଶାସନ ବିଫଳ ହୋଇଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଲୋକେ ପଥର ପ୍ରସ୍ତର ରୁ ବାହାରୁଥିଲା ପାଣିକୁ ହିଁ ବଞ୍ଚିବା ପାଇଁ ଆଦର କରି ନେଇଛନ୍ତି। ପ୍ରତିବର୍ଷ ବିଭିନ୍ନ ଗଣମାଧ୍ୟମରେ ଏପରି ଏକ ଖବର ଦେଖିବାକୁ ମିଳିଥାଏ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ଉପାନ୍ତ ସାନବାର୍ଲି ପଞ୍ଚାୟତର ବଡବାର୍ଲି ଗାଁରେ। ବଡବାର୍ଲି ଗାଁରେ ୨୨୨ ଘର ରହିଛି। ଜନସଂଖ୍ୟା ୧୦୦୦ରୁ ଅଧିକ ହେବ। ଗାଁରେ ୩ଟା ୱାର୍ଡରେ ୬ଟି ସାହି ରହିଛି। ଲୋକଙ୍କୁ ବିଶୁଦ୍ଧ ଜଳଯୋଗାଇବା ଲାଗି ବହୁବର୍ଷ ତଳେ ୪ଗୋଟି ନଳକୂଅ ଖନନ ହୋଇଥିଲା। ୨ଟି ନଳକୂଅ ସମ୍ପୁର୍ଣ ଖରାପ ହୋଇଯାଇଛି। ଆଉ ୨ଟିରୁ ଅଳ୍ପ ଅଳ୍ପ ପାଣି ବାହାରୁଛି। ହାଣ୍ଡିଏ ପାଣି ପାଇଁ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଜଗିବାକୁ ପଢୁଛି। ଗାଁରେ ସମସ୍ତେ ଚାଷବାସ ଓ କୁଲିମଜୁରି କରି ଚଳୁଛନ୍ତି। ପାଣି ସମସ୍ୟା ଯୋଗୁ କୁଲି କାମରେ ବାଧା ସୃଷ୍ଟି ହେବା ସହ ଏହି ଗାଁର ଭେଣ୍ଡା ଯୁବକ ମାନଙ୍କୁ ପାଣି ସମସ୍ୟା ପାଇ ବହୂ ମଧ୍ୟ ମିଳୁନାହିଁ। ଅନ୍ୟ ଗାଁ ଲୋକେ ଝିଅ ଦେବାକୁ ଅମଙ୍ଗ ହେଉଛନ୍ତି। ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପାଇ ମଧ୍ୟ ସେହି ପଥର ଖୋଲା ର ପାଣି ବ୍ୟବହାର କରାଯାଉଛି। ନଳକୂଅ ଚାଲୁ ନଥିବାରୁ ଗ୍ରାମବାସୀ ୧ କିମି ଦୂର ଡଙ୍ଗାଘାଟ ତଥା ପଥର ପ୍ରସ୍ତର ରୁ ବାହାରୁ ଥିବା ଏକ ଝରଣାର ଦୂଷିତ ଜଳ ବ୍ୟବହାର କରୁଛନ୍ତି। ଏହି ବ୍ୟବହାର ଯୋଗୁ ରୋଗବ୍ୟାଧି ବଢିବା ଆଶଙ୍କା ରହୁଛି। ଡଙ୍ଗାଘାଟର ଏକ ପଥରଖୋଲରୁ ବାହାରୁଥିବା ଝରଣାପାଣିକୁ ପ୍ରଥମେ ଏକ କୁଣ୍ଡରେ ରଖାଯାଇ ପ୍ଲାଷ୍ଟିକ ପାଇପରେ ସଂଗ୍ରହ କରାଯାଉଛି। ଘାଟ ନିକଟରେ ଗ୍ରାମବାସୀ ଗାଧୁଆପାଧୁଆ, ଲୁଗାପଟାସଫା, ବାସନକୁସନ ଧୋଉଛନ୍ତି। ବିବାହ କିମ୍ବା ଦଶାହ କାମରେ ଟ୍ରାକ୍ଟରରେ ଯୋଗେ ଅନ୍ୟ ଗାଁ ରୁ ପାଣି ଟାଙ୍ଗି ଭଡ଼ାରେ ଆଣି ବ୍ୟବହାର କରାଯାଉଛି। ଗାଁ ଟି ପ୍ରାୟ ୭୦ମିଟର ଉଚ୍ଚରେ ରହିଛି। ସେଥିପାଇଁ ଗାଁ ରେ ପାଣି ପର୍ଯ୍ୟାପ୍ତ ବାହାରୁ ନାହିଁ । ଖରାଦିନେ ଜଳସ୍ତର ମଧ୍ଯ କମିଯାଉଛି। ଏପରି ପାନୀୟ ଜଳ ସମସ୍ୟା ନେଇ ବିଭିନ୍ନ ଅଭିଯୋଗ ଓ ଗଣମାଧ୍ୟମରେ ପ୍ରସାରିତ ହେଲେ ପ୍ରଶାସନ ପକ୍ଷରୁ ରୁ ଖୋରା ଦିନରେ ଟ୍ରାକ୍ଟର ଯୋଗେ ଓଳିଏ ପାଣି ଯୋଗାଇ ଦେଇ ପୁଣି ତାଯୁବ ହୋଇଯାଉଛନ୍ତି। ନା ଏହାର ସ୍ଥାୟୀ ସମାଧାନ ହେଉଛି ନା ସେଠାକାର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳି ପାରୁଛି। ପ୍ରଶାସନ ଏହାର ସ୍ଥାୟୀ ସମାଧାନ କରିବାରେ ବିଫଳ ହୋଇଯାଇଛନ୍ତି। ଏଠାରେ ମେଗା ଜଳପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ସହ ସ୍ଥାୟୀ ସମାଧାନ କରା ନଗଲେ ଆଗାମୀଦିନରେ ଭୋଟ ବର୍ଜନ କରିବେ ବୋଲି ଗାଁର ସୁଧୀର ନାୟକ, ପ୍ରଫୁଲ୍ଲ ନାଗ, ରାମସିଂ ଜାନୀ, ଚନ୍ଦ୍ର ସୁନା, ଦୟାସିଲ ନାଗ, ସନମତି ଜାନୀ, ହିରା ହରିଜନ୍, ସନାୟ ହରିଜନ, ମାନି ନାଗ, ଘାସନି ଜାନୀ, ମଙ୍ଗଳ ଜାନୀ ପ୍ରମୁଖ ଚେତାବନୀ ଦେଇଛନ୍ତି।
