ମାଓ କ୍ୟାମ୍ପ୍ ନଷ୍ଟ କରିବା ସହ ବିପୁଳ ମାଓ ସାମଗ୍ରୀ ଜବତ

ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର : କନ୍ଧମାଳ ଏସପି ହରିଶ ବିଶିଙ୍କ ନିର୍ଦ୍ଦେଶ କ୍ରମେ କନ୍ଧମାଳ ମାଓ ମୁକ୍ତ ଜିଲ୍ଲା ଲକ୍ଷ୍ୟରେ କନ୍ଧମାଳ ପୋଲିସ। ଦିନକୁ ଦିନ କନ୍ଧମାଳ ଜିଲ୍ଲାରେ ମାଓ ସଂଗଠନ ଦୁର୍ବଳ ହେଉଥିବାବେଳେ ଅନେକ ମାଓବାଦୀ ହିଂସା ଛାଡ଼ି ମୁଖ୍ୟ ସ୍ରୋତ ରେ ସାମିଲ ହେଉଛନ୍ତି। ଆଜି ସିଆରପିଏଫ୍ ୧୨୭ ବାଟାଲିୟନ ଓ କନ୍ଧମାଳ ପୋଲିସ ଦ୍ୱାରା ଆଣ୍ଟି ନକ୍ସଲ ଅପରେଶନ ଜରିଆରେ ବିପୁଳ ପରିମାଣର ବିଷ୍ପୋରକ ଓ ମାଓ ସାମଗ୍ରୀ ଜବତ କରିବା ସହ ମାଓ କ୍ୟାମ୍ପ ନଷ୍ଟ କରିଥିବା ସୂଚନା ମିଳିଛି। ସିଆରପିଏଫ କମାଣ୍ଡର ଏସଏଚ ସଚିନଙ୍କ ତତ୍ତ୍ଵାବଧାନରେ ସିଆରପିଏଫ ଓ କନ୍ଧମାଳ ପୋଲିସର ଏକ ସ୍ଵତନ୍ତ୍ର ଟିମ୍ କୋଟଗଡ଼ ବ୍ଲକ ପାରିଗଡ ପଞ୍ଚାୟତର ଗାଙ୍ଗେରି ସରୁ ଜଙ୍ଗଲ ଅଞ୍ଚଳରେ ଅପରେଶନ ଜୋରଦାର୍ କରି ମାଓ କ୍ୟାମ୍ପ୍ ଠାବ କରିବା ସହ ନଷ୍ଟ କରିଥିବା ସୂଚନା ମିଳିଛି। ଏହା ସହ ବିପୁଳ ପରିମାଣର ବିଷ୍ପୋରକ, ଔଷଧ, ବାସନ କୁସନ, ସୋଲାର ପ୍ୟାନେଲ ଓ ବିପୁଳ ପରିମାଣର ମାଓ ସାମଗ୍ରୀ ସହ ଜରୁରୀ କାଗଜପତ୍ର ଜବତ କରିଛି। ତେବେ ସେହି ଅଞ୍ଚଳରେ ସିଆରପିଏଫ୍ ୧୨୭ ବାଟାଲିୟନ ପକ୍ଷରୁ ଯୋରଦାର ସର୍ଚ୍ଚ ଅପରେସନ୍ କରାଯାଉଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *