ମାଲେଶ୍ରୀ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା

ବୀରମହାରାଜପୁର/କ୍ରାନ୍ତିକ୍ଷେତ୍ର (ପ୍ରଦିପ ପଧାନ) :  ବୀରମହାରାଜପୁର  ନବମ ମାଲେଶ୍ରୀ ମହୋତ୍ସବ ମହାସମାରୋହରେ ପାଳିତ ହୋଇଛି। ମହୋତ୍ସବର ଦ୍ବିତୀୟ ମୂଖ୍ୟ ଅତିଥିରୂପେ ପୁର୍ବତନ ଆଇନ୍ ମନ୍ତ୍ରୀ ନରସିଂହ ମିଶ୍ର ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର ଏବଂ ଜିଲ୍ଲା ପରିଷଦ ସଭ୍ଯ ଲବ କୁମାର ସାହୁ ଯୋଗ ଦେଇଥିଲେ। ଏହି କ୍ରମରେ ଅତିଥି ମାନେ ସଂସ୍କୃତିର ବିକାଶ ସହିତ ଅଞ୍ଚଳର ଶିକ୍ଷା ଓ ସ୍ବାସ୍ଥ୍ଯ କୁ ଆଗେଇ ନେବା ପାଇଁ ମତ ଦେଇଥିଲେ। ଆୟୋଜକ  ସାଂସ୍କୃତିକ କାର୍ଯ୍ୟକ୍ରମ କୁ ବହୁ ସଂଖ୍ଯାର ଜନସାଧାରଣ ଉପଭୋଗ କରିଥିଲେ। ଭୁଷଣ କୁମାର ପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ କିଶୋର ହୋତା ମଞ୍ଚ ପରିଚାଲନା କରିଥିଲେ।

Leave a Reply

Your email address will not be published. Required fields are marked *