ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାୟଗଡା ଜିଲ୍ଲା ମୁନିଗୁଡାଠାରେ ବଡ ଦୁର୍ଘଟଣା ଘଟିଛି। ଆଲୁମିନିୟମ ବୋଝେଇ ଟ୍ୟାଙ୍କର ଦୃଘଟଣା ହୋଇ ତିନୋଟି ଘର ଉପରକୁ ଚଢ଼ିଯାଇଛି। ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତିନୋଟି ପରିବାର। ଘଟଣା ଘଟିଛି ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ କନକ ପରମେଶ୍ଵରୀ ମନ୍ଦିର ନିକଟରେ। ମୁନିଗୁଡା ପୋଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ।
