ରବି ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣରୁ ବଞ୍ଚିତ

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ସଦର ମହକୁମା ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ରବି ଧାନ ବିକ୍ରି ନିମନ୍ତେ ପଞ୍ଜୀକରଣରୁ ବଞ୍ଚିତ ହୋଇଥିବା ଚାଷୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଅଞ୍ଚଳର ଅନେକ ଚାଷୀ ଯୋଗଦେଇ ଥିଲେ। ସୂଚନା ଯେ’ ଚଳିତ ରବି ରୁତୁରେ ମେଗା ଉଠାଜଳସେଚନ ମାଧ୍ୟମରେ ଚାଷ କରିଥିବା ଚାଷୀଙ୍କ ପାଇଁ ଉଦ୍ଧିଷ୍ଟ ସାଇଟ୍ ଆରମ୍ଭ ରୁ ଠିକ୍ ହିସାବରେ ଖୋଲି ନଥିଲା। ଗତ ୧୦ ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇଥିବାବେଳେ ବୁଧବାର ଶେଷ ହୋଇଛି। ଏଥି ଯୋଗୁଁ ଅଞ୍ଚଳର ଶହ ଶହ ଚାଷୀ ଧାନ ବିକ୍ରି ନିମନ୍ତେ ପଞ୍ଜିକରଣ କରି ପାରି ବଞ୍ଚିତ ହୋଇଛନ୍ତି। ଆଗକୁ ଯଦି ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ନହେଲେ ଚାଷୀ ମାନେ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ ବଞ୍ଚିତ ହେବା ଏକ ପ୍ରକାର ସୁନିଶ୍ଚିତ। ତେଣୁ ଚାଷୀ ମାନେ ପଞ୍ଜିକରଣ ସାଇଟ୍ ର ବୈଷୟିକ ତୃଟି ସୁଧାରିବା ସହ ଅବଧି ବୃଦ୍ଧି କରିବା ନେଇ ଆସନ୍ତା ୩୧ ତାରିଖରେ ଜିଲାପାଳଙ୍କୁ ଦାବିପତ୍ର ଦେବା ନେଇ ନିଷ୍ପତ୍ତି ହୋଇଛି। ବୈଠକରେ ବ୍ଲକ ଉପାଧକ୍ଷ ଶ୍ରୀଅଗ୍ରୱାଲ ସମେତ ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ଲଷ୍ମୀନାରାୟଣ ପ୍ରଧାନୀ, ଅଚ୍ୟୁତ କୁମାର ସାହୁ, ତ୍ରିଭୁବନ ନାଏକ, ରବି ନାରାୟଣ ଦାଶ, ପଙ୍କଜ ଚୌଧାରୀ, ଶିବ ପ୍ରସାଦ ପ୍ରଧାନୀ, ମହେନ୍ଦ୍ର ନେଗୀ, କୁଞ୍ଜ ସାହୁ, ଅଜିତ ପଟ୍ଟନାୟକ, ଲାଲତେନ୍ଦୁ ପ୍ରଧାନୀ, ସାରଳା ପ୍ରସାଦ ପ୍ରଧାନୀ, ନିମାଇଚରଣ ଧଙ୍ଗଡ଼ା ମାଝୀ, ଭାରତ ଭୁସଣ ପ୍ରଧାନୀ ଏବଂ କୋକସରା ବ୍ଲକ ୨୨ ଗୋଟି ପଞ୍ଚୟତରୁ ଚାଷୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *