ଭୁବନେଶ୍ୱର/କ୍ରାନ୍ତିକ୍ଷେତ୍ର : ଓଡିଶା ଉଦ୍ୟୋଗୀ ପରିବାରର ୫ମ ବାର୍ଷିକ ସମାରୋହରେ ଲେଖିକା ତଥା ସାମାଜିକ ଚିନ୍ତକ ଡ. ସୁନୀତି ମୁଣ୍ଡ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, “ଓଡ଼ିଶା ଆଜି କେବଳ ସଂସ୍କୃତିର ନୁହେଁ, ଉଦ୍ୟମିତାର ମାଟି ଭାବେ ମଧ୍ୟ ପରିଚିତ ହେଉଛି । ଉଦ୍ୟମୀ ମାନେ କେବଳ ବ୍ୟବସାୟୀ ନୁହେଁ, ସମାଜର ନିର୍ମାତା । ସମସ୍ୟା ଭିତରୁ ସୁଯୋଗକୁ ସନ୍ଧାନ କରିବାକୁ ଉଦବୁଦ୍ଧ କରିବା ସହିତ ଉଦ୍ୟୋଗୀମାନଙ୍କୁ ଚାକିରି ଖୋଜିବା ନୁହେଁ, ଚାକିରି ସୃଷ୍ଟି କରିବାର ପିଢ଼ି ହେବାକୁ ଆହ୍ଵାନ ଦେଇଥିଲେ। ସେଥିପାଇଁ ସମନ୍ଵୟବାଦ ଉପରେ ଆଲୋକପାତ କରି କହିଲେ ଯେ, “ସମନ୍ୱୟବାଦ” କେବଳ ଏକ ବାଦ ନୁହେଁ, ଏକ ଜୀବନ ଶୈଳୀ। ଯେଉଁଠାରେ ଆଧ୍ୟାତ୍ମ ରହିଛି, ପ୍ରକୃତି ପ୍ରତି ସମ୍ମାନ ରହିଛି, ସମାଜ ପାଇଁ ସେବା ରହିଛି ଏବଂ ଦେଶ ପ୍ରତି କର୍ତ୍ତବ୍ୟ ରହିଛି। ଏହି ଜୀବନ ମୁଁ ବଞ୍ଚୁଛି। ଉଦ୍ୟୋକ୍ତା ମାନେ ଜୀବନରେ ସଫଳ ହୁଅନ୍ତୁ ଅଧିକ ଅର୍ଥ ରୋଜଗାର କରନ୍ତୁ ତେବେ ସମନ୍ଵୟବାଦ ସହିତ ସାମଞ୍ଜସ୍ଯ ରଖି ଜୀବନର ଗତିକୁ ସୁଦୃଢ କରିବାକୁ ଆହ୍ଵାନ ଦେଇଥିଲେ।
