ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର : ଦଳିତ ଆଦିବାସୀଙ୍କ ହକ୍ ଓ ଜଙ୍ଗଲ ଜମି ପାଇଁ ଅହରହ ଲଢୁଥିବା ସଂଗ୍ରାମି ଲିଙ୍ଗରାଜ ଆଜାଦ ଓ ସୁରେଶ ସଂଗ୍ରାମିଙ୍କୁ ମିଥ୍ୟା ଅଭିଯୋଗ ରେ ଗିରଫ ପ୍ରତିବାଦରେ ଆଜି ଜୁନାଗଡ ଠାରେ ଦଳିତ ମଂଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜଳ ଜମି ଜଙ୍ଗଲର ସୁରକ୍ଷା ପାଇଁ ଅହରହ ଆନ୍ଦୋଳନ କରୁଥିବା ଲିଙ୍ଗରାଜ ଆଜାଦ ଓ ସୁରେଶ ସଂଗ୍ରାମଙ୍କୁ ମିଥ୍ୟା ଆରୋପ ଲଗାଇ କଳାହାଣ୍ଡି ପୁଲିସ ପକ୍ଷରୁ ଗିରଫ କରାଯାଇଥିବା ଅଭିଯୋଗ କରିଛି ଦଳିତ ଅଧିକାର ମଞ୍ଚ। ଏହି ଦୁଇଜଣଙ୍କୁ ନିସ୍ୱାର୍ଥ ଖଲାସ କରିବା ପାଇଁ ଆଜି ଜୁନାଗଡ଼ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳିତ ଅଧିକାରୀ ମଞ୍ଚ ପକ୍ଷରୁ ଏକ ଚେତାବନୀ ଦେବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷି ଛନ୍ତି ଦଳିତ ମଞ୍ଚର ଆବାହକ ତଥା ବରିଷ୍ଟ ସିପିଆଇ ନେତା ଦାମୋଦର ବେହେରା ଓ ଦଳିତ ମଂଚର ଚିତ୍ତ ନିଆଲ। ଯଦି ଏହି ଦୁଇଜଣଙ୍କୁ ନିସର୍ତ୍ତ ରେ ଖଲାସ ନ କରାଯାଏ ତାହେଲେ ଆଗାମୀ ଦିନରେ ଏହି ମଞ୍ଚ ପ୍ରଶାସନକୁ ଉଚିତ ଜବାଵ ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମିଳନୀରେ ଦଳିତ ମଞ୍ଚର ରାଜା ରାମ ଡଙ୍ଗରି, ନବୀନ କଙ୍କରି, ସୁନ୍ଦର ଲାଲ କୁମାର, ସରତ ସୁନାନୀ ପ୍ରମୂଖ ଉପସ୍ଥିତ ରହିଥିଲେ।
