ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଅଧିନ ଆମ୍ବପାଣି ଘାଟି ଖଡକା ବୁଲାଣି ମଧ୍ୟରେ ଯାତ୍ରୀବାହୀ ବସ ଓ ପିକଅପ ମୁହାମୁହି ହେବା ଫଳରେ ବସ ଡ଼୍ରାଇଭର ଗୁରୁତର ହୋଇଥିବାବେଳେ ୧୫ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଏସବିଏମଏସ ନାମକ ଏକ ଘରୋଇ ବସ ( ଓଡି୧୦ଏସ ୬୩୧୩) କଳାହାଣ୍ଡି ଦେଇ ଜୟପୁର ଅଭିମୁଖେ ଆସୁଥିବା ସମୟରେ ବିପରୀତ ଦିଗଦେଇ ଯାଉଥିବା ଏକ ପିକ୍ଅପ୍ ଭ୍ୟାନ୍ (ସିଜି ୦୪ ଏନଏନ୪୯୯୯) ସହ ଖଡକା ବୁଲାନି ନିକଟରେ ମୁହାମୁହି ଧକ୍କା ହୋଇଥିଲା। ଏଥିରେ ବସ ରେ ବସିଥିବା ଯାତ୍ରୀ ଆହତ ହୋଇଥିବାବେଳେ ବସ ଡ୍ରାଇଭର ଙ୍କୁ ଗଭୀର ଆଘାତ ବାଜିଥିଲା। ପରେ ଘଟଣା ସ୍ଥଳରେ ମୈଦଲପୁର ପୁଲିସ ପହଞ୍ଚି ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଓ ବୋଲେରୋ ଯୋଗେ ମୈଦଲପୁର ଓ ପାପଡାହାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରକୁ ଭର୍ତ୍ତି କରାଯାଇଛି। ସୂଚନା ଥାଉକି, ଆମ୍ବପାଣି ନିକଟ ଖଡକାପଦର ବୁଲାଣି ରେ ଦୈନଦିନ ଦୁର୍ଘଟଣା ଘଟିବାରେ ଲାଗିଛି। ଏଥିପ୍ରୀତି ଏନଏଚ କର୍ତ୍ତୁପକ୍ଷ ଓ ଜିଲ୍ଲା ପ୍ରଶାସନ ଗୁରୁତ୍ଵ ନ ଦେବାରୁ ଜନ ସାଧାରଣରେ ଅସନ୍ତୋଷ ଦେଖାଦେବା ସହ ଏଥିରୁ ସାଧାରଣ ଲୋକେ ଦୁର୍ଘଟଣା ହୋଇ ପ୍ରାଣ ହରାଇଛନ୍ତି। ଏଣୁ ଏଥିପ୍ରତି ଏନଏଚ କର୍ତ୍ତୁପକ୍ଷ ଓ ଜିଲ୍ଲାପ୍ରଶାସନ ଗୁରୁତ୍ଵ ଦେବା ପାଇଁ ଦାବି ହେଉଛି।
