ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହେଲା ଜୟପାଟଣା ଅଞ୍ଚଳ

ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ସହରରେ ପବିତ୍ର ରାମନବମୀ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହ ପାଳିତ ହୋଇଯାଇଛି। ଶ୍ରୀରାମ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ସହର ପରିକ୍ରମା କରିଥିଲା ଏକ ବିଶାଳ ଶୋଭାଯାତ୍ରା। ଏହି ଶୋଭାଯାତ୍ରାରେ ହଜାର ହଜାର ଭକ୍ତ ସାମିଲ ହୋଇଥିଲେ। ହାତରେ ହନୁମାନୀ ପତାକା ଓ ମୁଖରେ ‘ଜୟ ଶ୍ରୀରାମ’ ଧ୍ୱନିରେ ସାରା ପରିବେଶ ଆଧ୍ୟାତ୍ମିକମୟ ହୋଇଉଠିଥିଲା। ପାରମ୍ପରିକ ବାଦ୍ୟର ତାଳେ ତାଳେ ଯୁବକ ଓ ଶ୍ରଦ୍ଧାଳୁମାନଙ୍କ ନୃତ୍ୟ ସହରର ମୁଖ୍ୟ ରାସ୍ତାଗୁଡ଼ିକରେ ଏକ ଭବ୍ୟ ଦୃଶ୍ୟ ସୃଷ୍ଟି କରିଥିଲା। ଶୋଭାଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ, ଶ୍ରଦ୍ଧାଳୁମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ପାନୀୟ ଜଳ ଓ ସର୍ବତର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

Leave a Reply

Your email address will not be published. Required fields are marked *