କେସିଙ୍ଗା ମାରୱାଡ଼ି ଯୁବା ମଞ୍ଚର ବାର୍ଷିକ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ମାରୱାଡ଼ି ଯୁବା ମଞ୍ଚର ବାର୍ଷିକ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ଗୌରୀଶଙ୍କର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି। କର୍ମକର୍ତ୍ତା ନିର୍ବାଚନ ଅନୁଯାୟୀ ୨୦୨୬ – ୨୭ ପାଇଁ ସଭାପତି ଭାବରେ ପୁନର୍ବାର ବିକାଶ ଚନ୍ଦ୍ର ଅଗ୍ରୱାଲଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିବା ବେଳେ ସମ୍ପାଦକ ଭାବରେ ବିଶାଳ ଜୈନଙ୍କୁ ଚୟନ କରାଯାଇଛି। ଏଠାରେ ପ୍ରକାଶ ଥାଉକି କେସିଙ୍ଗା ମାରୱାଡ଼ି ଯୁବା ମଞ୍ଚ ବିଭିନ୍ନ ସମୟରେ ବିଭିନ୍ନ ଜନହିତକର କାର୍ଯ୍ୟ କରି ଅଞ୍ଚଳରେ ଜନସାଧାରଣ ଙ୍କ ପ୍ରିୟଭାଜନ ହୋଇ ପାରିଛି। ନୂତନ କର୍ମକର୍ତ୍ତାଙ୍କୁ ଶୁଭେଛା ର ସୁଅ ଛୁଟିଛି।

Leave a Reply

Your email address will not be published. Required fields are marked *