ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁଶୁର୍ଲା ହଜାରିପଡା ଗ୍ରାମରେ ସୀତା ବିବାହ ଉତ୍ସବ ଧୁମଧାମରେ ପାଳନ କରାଯାଇଛି!ନ। ପିତା ପକ୍ଷ ହଜାରୀପଡା (ଅଯୋଧ୍ୟାପୁରୀ ) ହୋଇଥିବାବେଳେ ଝିଅ ପକ୍ଷ ମ.ରାମପୁର ବ୍ଲକ ମସ୍କାଦାଣ୍ଡି (ମିଥିଲାପୁରୀ ) ଭାବେ ପଦୁଛରଣ ଭୋଇ ପିତାଙ୍କ ଦାଇତ୍ୱ ତୁଲାଇଥିଲେ। ହଜାରୀପଡା ଶ୍ରୀ ରାମମନ୍ଦିର ଠାରୁ ମସ୍କାଦାଣ୍ଡି ଅଭିମୁଖେ ମର୍ଯ୍ୟାଦା ପୁରୁଷ ଶ୍ରୀରାମ ମହାପ୍ରଭୁ ବରବେଶରେ ସଜବାଜ ହୋଇ ଅଶ୍ୱ ବହାନାରେ ବରଯାତ୍ରୀ ଯାଇଥିଲେ। ସାରଥି ଭାବରେ ରବି ମଲ୍ଲିକ ଥିବାବେଳେ ମସ୍କାଦାଣ୍ଡି ଗ୍ରାମର ମୁଖିଆ ସିଙ୍ଗମଲ ଭୋଇ, ରୋହିତ ଭୋଇ, ଟଙ୍କଧର ନାଏକ, ଆଗଦୁ ଭୋଇ, କୈଳାଶ ଗହୀର, ଗୌର କୁମାର, ସତ୍ୟବାନ ଭୋଇ, ଯଦୁମଣି ସାହୁ, କୁସୁର୍ଲା ଗ୍ରାମର ଧନେଶ୍ୱର ସାହୁ, ଅଶୋକ ସାହୁ, ଚନ୍ଦ୍ରହାସ୍ୟ ସାହୁ, ରାମନବମୀ କମିଟିର କର୍ତ୍ତା କୈଳାଶ ସାହୁ, ସଭାପତି ସୋମନାଥ ସାହୁ, ଉପସଭାପତି ସୁଶାନ୍ତ ସାହୁ, ସମ୍ପାଦକ ତ୍ରିଲୋଚନ ସାହୁ, କୋଷାଧକ୍ଷ ଡମ୍ବରୁଧର ସାହୁ, ପୂର୍ବତନ ସଭାପତି ଶ୍ୟାମରାଜ ସାହୁ, ପୂର୍ବତନ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁ ସମେତ ହଜାରୀପଡା ଗ୍ରାମର ସମସ୍ତ ଗ୍ରାମବାସୀ ବୃନ୍ଦ ଓ କଳାରୁଦ୍ର ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ।
