ମହୁମାଛି ଆକ୍ରମଣରେ ବୃଦ୍ଧ ମୃତ୍ୟୁ

ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚଚା ଗ୍ରାମର ଜଣେ ବୃଦ୍ଧ ମହୁମାଛି ଆକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ପ୍ରକାରେ ସ୍ଥାନୀୟ ଗ୍ରାମରେ କଳସ ଯାତ୍ରା ଚାଲିଥିବାବେଳେ ମାଁ ଠାକୁରାଣୀଙ୍କ କଳଶି ଗାଁ ପରିକ୍ରମା କରୁଥିବା ସମୟରେ ସ୍ଥାନୀୟ ହାଟପଦା ନିକଟରେ ବସା ବାନ୍ଧିଥିବା ମହୁମାଛି ଆକ୍ରମଣ ଯୋଗୁଁ ପୀତବାସ ମାଝୀଙ୍କ ମୃତ୍ୟୁ ହୋଇଛି। ମହୁମାଛି ଆକ୍ରମଣ ପରେ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଗୋଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା। ତେବେ ପୀତବାସଙ୍କୁ ଡାକ୍ତର ଆଣିବା ବାଟରେ ହିଁ ମୃତ୍ୟୁ ହୋଇଥିବା କହିଥିଲେ। ଅନ୍ୟପକ୍ଷେ ଏହି ଘଟଣାରେ ଅନ୍ୟମାନେ ମଧ୍ୟ ପ୍ରଭାବିତ ହୋଇଥିବା ଜଣାପଡିଛି। ମହୁମାଛି ଆକ୍ରମଣରେ ପ୍ରାୟ ପନ୍ଦର ରୁ ଉର୍ଦ୍ଧ ମହିଳା ଯୁବତୀ ପୁରୁଷ ଆକ୍ରମଣର ଶିକାର ହୋଇଥିଲେ। ହେଲେ ସେମାନଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଜଣା ପଡିଛି। ପୀତବାସଙ୍କ ଏହି ଅକାଳ ବିୟୋଗ ନେଇ ମୃତଙ୍କ ଜୋଇଁ ଡମୁ ଶୌରା ଝରିଗାଁ ଥାନାରେ ରିପୋର୍ଟ କରିଛନ୍ତି। ଅଞ୍ଚଳରେ ଦିନକୁ ଦିନ ମହୁମାଛି ଆକ୍ରମଣ ର ଶିକାର ହୋଇଥିବା ଏକାଧିକ ଘଟଣା ସାମନା କୁ ଆସିଛି। ବନ ବିଭାଗ ପକ୍ଷରୁ ଶୋକାକୁଳ ପରିବାରକୁ କିଛି ଆର୍ଥିକ ସହାୟତା ପ୍ରଦାନ ପାଇଁ ମୃତକଙ୍କ ପତ୍ନୀ ଲକ୍ଷ୍ମୀ ମାଝୀ ଓ ପରିବାର ଲୋକେ ନିବେଦନ କରିଛନ୍ତି। ସୂଚନା ଥାସୁକି ମୃତ ପିତବାସଙ୍କ ପରିବାର କହିଲେ ଦୁଇ ଝିଅ ଅଛନ୍ତି। ବଡ଼ ଝିଅ ବନିତା ମାଝୀ(୨୫)ବାହା ହୋଇଥିବା ବେଳେ ଭିନ୍ନକ୍ଷମ ଝିଅ ସସ୍ମିତା ମାଝୀ ଘରେ ଅଛନ୍ତି। ପିତାବାସଙ୍କ ମୃତ୍ୟୁକୁ ନେଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ବର୍ଗ। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ସବ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *