ବଡ଼କୁଟ୍ରୁ ପ୍ରାଥମିକ କୃଷି ସମବାୟ ସମିତି ଲିଃ ପକ୍ଷରୁ ବାର୍ଷିକ ସାଧାରଣ ସଭା

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ବଡ଼କୁଟ୍ରୁ ପ୍ରାଥମିକ କୃଷି ସମବାୟ ସମିତି ଲିଃ ପକ୍ଷରୁ ଆଜି ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରାଥମିକ କୃଷି ସମବାୟ ସମିତି ଲିଃ ର ସଭାନେତ୍ରୀ ମଞ୍ଜୁଳା ସାହୁଙ୍କ ଅଧ୍ୟକ୍ଷତାରେ ବାର୍ଷିକ ସାଧାରଣ ସଭାରେ ବ୍ଲକ ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ପୂର୍ବତନ ସମବାୟ ସମିତି ସଭାପତି ତଥା ସରପଞ୍ଚ ଗଣେଶଚନ୍ଦ୍ର ପଣ୍ଡା , ୧ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ଦୁହିତା ମାଝୀ , ବିଜମରା ଗ୍ରାମ ପଞ୍ଚାୟତ ସରପଞ୍ଚ ବାଳକୃଷ୍ଣ ମାଝୀ, ହାରାମାଲ ଗ୍ରାମ ପଞ୍ଚାୟତ ସରପଞ୍ଚ ସୁଶୀଳା ଦୁର୍ଗା, ପୂର୍ବତନ ସମବାୟ ସମିତି ସଭାପତି ଘନଶ୍ୟାମ ନାଏକ, ଧନଞ୍ଜୟ ସାହୁ, ଉପସଭାପତି ଅନିରୁଦ୍ଧ ନାଗ, ଶରତଚନ୍ଦ୍ର ମୁଣ୍ଡ ଏବଂ ସମବାୟ ସମିତିର ସମସ୍ତ ନିର୍ଦ୍ଦେଶକ ମଞ୍ଚାସିନ ରହିଥିଲେ। ସମବାୟ ସମିତିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଷଷ୍ଠୀ ପ୍ରସାଦ ସୁନାନୀ ସମବାୟ ସମିତିର ଆୟ ବ୍ୟୟ ତଥା ସମସ୍ତ ବିଷୟ ଉପରେ ସଭାରେ ପୁଙ୍ଖାନୁପୁଙ୍ଖ ଭାବରେ ବିବରଣୀ ପଠନ କରିଥିଲେ। ବାର୍ଷିକ ସାଧାରଣ ସଭା ଆୟୋଜନ କରିବାର ମୁଖ୍ୟ କାରଣ ହେଉଛି ଆୟବୃଦ୍ଧି ସ୍ୱରୂପ ଚାଷୀ ନିର୍ଭର କରୁଥିବା ଚାଷ ସମ୍ବଦ୍ଧିୟ କାରବାର ସହିତ ସମବାୟ ସମିତିର ଅଭିବୃଦ୍ଧି କିପରି ହେବ ସେ ଉପରେ ମଞ୍ଚାସିନ ଅତିଥି ଏବଂ ଉପସ୍ଥିତ ଚାଷୀ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ଉକ୍ତ  ସଭାରେ ମଣ୍ଡି ମାନଙ୍କରେ ଧାନ ଫର୍ଡ ବ୍ୟବସ୍ଥା, ଡ୍ରେନେଜର ସୁବିଧା, ସମବାୟ ସମିତି ପକ୍ଷରୁ ଦିଆଯାଉ ଥିବା ସାର ସହ କୀଟନାଶକ ଓ ବିଭିନ୍ନ ପ୍ରକାର ଭିଟାମିନ ଗୁଡ଼ିକ ସମବାୟ ସମିତି ମାଧ୍ୟମରେ ପାଇବାର ସୁବିଧା ଭଳି ଅନେକ ବିଷୟ ଉପରେ ଆଲୋଚନା ହୋଇଥିଲା ଏବଂ ଖିଲାପି ରୁଣୀ ମାନଙ୍କ ଠାରୁ ଋଣ ଆଦାୟ ହେବ ସେ ଉପରେ ମଧ୍ୟ ଉଚିତ ପଦକ୍ଷେପ ନେବାପାଇଁ ସମ୍ପାଦକ ଶ୍ରୀସୁନାନୀଙ୍କୁ ଅନୁରୋଧ କରାଯାଇ ଥିଲା । ସଭାରେ ଅଞ୍ଚଳର ଅନେକ ଚାଷୀ ଉପସ୍ଥିତ ଥିବା ବେଳେ ଶିବ ପ୍ରସାଦ ମହାରଣା ମଞ୍ଚ ପରିଚାଳନା କରିଥିଲେ । ସମବାୟ ସମିତିରେ କାର୍ଯ୍ୟରତ ମିତ୍ରଭାନୁ ରାଉତ , ଫାଲଗୁନି ନାଏକ, ସିଦ୍ଧାନ୍ତ ନାଗ, କୁମୁଦ ସୁନାନି, ଧର୍ମାନନ୍ଦ ମାଝୀ, ପୁଳସ୍ଥି ରାଉତ ପ୍ରମୁଖ ସହଯୋଗ କରିଥିଲେ। ସୂଚନା ଯୋଗ୍ୟ ଯେ,ଏଭଳି ବାର୍ଷିକ ସାଧାରଣ ସଭା ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ମୁତାବକ ସାରା ରାଜ୍ୟରେ ଅନୁଷ୍ଠିତ ହେଉଥିବା ବେଳେ କେତେକାଂଶ ସମବାୟ ସମିତିରେ ଅବମାନାନା କରିବା ସହ ନୀରବ ରହିଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *