ବଜ୍ରାଘାତରେ ଯୁବକ ମୃତ୍ୟୁ

ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାୟଗଡା ସହରର ଆମ୍ବଗୁଡ଼ାରେ ବଜ୍ରାଘାତରେ ଜଣଙ୍କ ମୃତ୍ୟୁ ହୋଇଛି।ମୃତକ ଜଣକ ହେଲେ ଜିତୁ ନାୟକ (୧୯ ବର୍ଷ)। ଆଜି ଅପରାହ୍ନରେ ରାୟଗଡ଼ା ସ‌ହର ସମେତ ନିକଟସ୍ଥ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଅପରାହ୍ନ ପ୍ରାୟ ୪ଟାରେ ଜିତୁ ନିଜ ଘର ନିକଟସ୍ଥ ପଡ଼ିଆକୁ ଯାଇଥିଲେ। ତେବେ ହଠାତ୍ ବଜ୍ରପାତ ଘଟିବାରୁ ସେ’ ଆଘାତ ହୋଇ ତଳେ ପଡ଼ିଯାଇଥିଲେ।କିଛି ସମୟ ପରେ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଦେଖି ତାଙ୍କୁ ଆମ୍ବୁଲାନ୍ସ ଯୋଗେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *