ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ଝରିଗାଁ ବିଧାୟକ ନରସିଂହ ଭାତ୍ରଙ୍କ ଝରିଗାଁ ବ୍ଲକ ପ୍ରତିନିଧି ହୋଇଛନ୍ତି ଗଣପତି ସାହୁ। ଝରିଗାଁ ବ୍ଲକରେ ବିଧାୟକ ପ୍ରତିନିଧି ପଦବୀ ଦୀର୍ଘ ଦିନରୁ ଖାଲି ରହିଥିବାବେଳେ ଆଜି ଫୁର୍ଲା ସ୍ଥିତ ବିଧାୟକଙ୍କ ବାସ ଭବନରେ ସମସ୍ତ ଦଳୀୟ ପଦାଧିକାରୀ ଓ କର୍ମୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଝରିଗାଁ ବିଧାୟକ ପ୍ରତିନିଧି ଚୟନ ପାଇଁ ଆଲୋଚନା କରାଯାଇଥିଲା। ବିଧାୟକ ନରସିଂହ ଭତରା ବୈଠକର ଉପସ୍ଥିତିରେ ସମସ୍ତ ମଣ୍ଡଳ ସଭାପତି, ପଞ୍ଚାୟତ ସଭାପତି ଓ ବରିଷ୍ଠ କର୍ମକର୍ତ୍ତାଙ୍କ ଠାରୁ ମତାମତ ନେବା ପରେ ଗଣପତି ସାହୁଙ୍କୁ ଝରିଗାଁ ନିର୍ବାଚନ ମଣ୍ଡଳୀର ଝରିଗାଁ ବ୍ଲକ ବିଧାୟକ ପ୍ରତିନିଧି ଭାବେ ମନୋନୀତ କରିଥିଲେ। ଉପସ୍ଥିତ ବୈଠକର ସମସ୍ତ ପଦାଧିକାରୀ ଓ କର୍ମକର୍ତ୍ତାମାନେ ଶ୍ରୀସାହୁଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜଣେଇବା ସହିତ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଆୟୋଜିତ ବୈଠକରେ ଧୋଡ୍ରା ଜୋନ ସଭାପତି ଭୁଜବଳ ଗୌଡ଼, ଝରିଗାଁ ଜୋନ ସଭାପତି ସୁକାଳୁ ଗଣ୍ଡ, ଚଚା ଜୋନ ସଭାପତି ଦିଗାମ୍ବର ସାନ୍ତା,ମିଡ଼ିଆ କୋଡିନେଟର ଗିରି ମାଝୀ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଜଗଦିଶ କଲାର,ସ୍ୱାମଲାଲ ବିଶ୍ୱାସ,ଚଚା ମଣ୍ଡଳର ପୂର୍ବତନ ସଭାପତି ମହେଶ୍ୱର ତିୱାରୀ, ଜିଲ୍ଲା ସମ୍ପାଦିକା ସୁମିତ୍ରା ମାଝୀ, ଧୋଡ୍ରା ମଣ୍ଡଳର ପୂର୍ବତନ ମଣ୍ଡଳ ସଭାପତି ମନୁରାଜ ଭତରା, ହରି ଭତରା, ଜିଲ୍ଲା ସମ୍ପାଦକ ବଳି ଗଣ୍ଡ, ବୁଲୁ ଷଡ଼ଙ୍ଗୀ, ଗୋପୀନାଥ ଗୌଡ ପ୍ରତାପ ଦୁରିଆ ପ୍ରମୁଖ ଉପସ୍ଥିତ ରହିଥିଲେ।
