ରାୟଗଡ଼ା/କ୍ରାନ୍ତିକ୍ଷେତ୍ର : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଦାମୋଦର ରଥଙ୍କ ପୌରହିତ୍ୟରେ ଏବଂ ସଚିବ ସୁବ୍ରତ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ସ୍ଥାନୀୟ ସିଭିଲ କୋଟ ପରିସରରେ ଥିବା ଭି.ସି. ହଲରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଅନ୍ୟପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍(ପୋକ୍ସ) ସଞ୍ଜିତ୍ କୁମାର ବେହେରା, ମୂଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଅପର୍ନା ମହାପାତ୍ର, ରେଜିଷ୍ଟ୍ରାର ରାଣା ଘୋସ୍, ଡିଭିଜନାଲ ଲେବର କମିଶନର ସୁବାସ ଚନ୍ଦ୍ର ମଣ୍ଡଳ, ଜିଲ୍ଳା ଶ୍ରମ ଅଧିକାରୀ ରବିନ୍ଦ୍ରନାଥ ତ୍ରିପାଠୀ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ପ୍ରଣ୍ଟ ଅଫିସ ରିଟେନର ସୁକାନ୍ତ ଦାସ ସମେତ ସମସ୍ତ ଶ୍ରମିକ ଏହି ସଭାରେ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥି ମାନେ ନିଜର ଅଭିଭାଷଣରେ ଶ୍ରମିକ ମାନଙ୍କର ଅଧିକାର, ସରକାରଙ୍କ ଦ୍ୱାରା ଉପଲବ୍ଧ ଥିବା ବିଭିନ୍ନ ସୁବିଧା ସୁଯୋଗ ଏବଂ ଶ୍ରମିକ ମାନଙ୍କ ପାଇଁ ଉପଲବ୍ଧ ଥିବା ଆଇନର ବିଭିନ୍ନ ଦିଗ ସଂପର୍କରେ ନିଜ ନିଜର ଅଭିଭାଷଣ ବ୍ୟକ୍ତ କରିଥିଲେ। ଏହି ଉତ୍ସବରେ ବହୁ ଶ୍ରମିକ ହିତାଧିକାରୀଙ୍କୁ ମୃତ୍ୟକାଳୀନ ସହାୟତା, ବିବାହ ସହାୟତା, ଶିକ୍ଷା ସହାୟତା, ଶ୍ରମ ପଞ୍ଜିକା (Labour Card) ବିତରଣ କରାଯାଇଥିଲା। ସର୍ବୋପରି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଶ୍ରମିକ ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସୁବ୍ରତ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେସ ହୋଇଥିଲା।

