ଜୟପାଟଣା ବ୍ଲକ ବିପିସି ଚନ୍ଦନ ସାହୁଙ୍କ ଅକାଳ ବିୟୋଗ

ଜୟପାଟଣା/କୋକସରା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ଜୟପାଟଣା ବ୍ଲକ ଆର ଏଚ ସେକ୍ସନରେ ବିପିସି ଭାବେ କାର୍ଯ୍ୟରତ ଥିବା କୋକସରା ବ୍ଲକ ଚିକିଲି ଗ୍ରାମର ଚନ୍ଦନ ସାହୁଙ୍କ ଅକାଳ ବିୟୋଗ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଅକାଳ ବିୟୋଗ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳେ ସେ ଅତ୍ୟନ୍ତ କମ୍ ବୟସରେ ଥିବା ସହ ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ ଅଧିକାରୀ ଭାବେ ପରିଚିତ ଥିଲେ। ତାଙ୍କର ଏହି ଅପ୍ରତ୍ୟାଶିତ ବିୟୋଗ ଖବର ପ୍ରଚାରିତ ହେବା ପରେ ସମଗ୍ର ଜୟପାଟଣା ଓ କୋକସରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଚନ୍ଦନ ସାହୁ ନିଜ କାର୍ଯ୍ୟକାଳ ଜୟପାଟଣା ବ୍ଲକରେ ନିଷ୍ଠା ଓ ସତ୍ୟନିଷ୍ଠା ସହ କାମ କରିଥିଲେ ଏବଂ ସହକର୍ମୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସେ ଏକ ପ୍ରିୟ ମୁହଁ ଥିଲେ। ଆଜି ତାଙ୍କର ଶେଷକୃତ୍ୟ ଆତ୍ମୀୟ ସ୍ୱଜନ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି। ତାଙ୍କ ଅକାଳ ବିୟୋଗରେ ଜୟପାଟଣା ବ୍ଲକର କର୍ମଚାରୀମାନଙ୍କ ସହ ସ୍ଥାନୀୟ ଜନସାଧାରଣ ଗଭୀର ଶୋକ ପ୍ରକାଶ କରିଥିବା ବେଳେ ବିଭିନ୍ନ ମହଳରୁ ଶୋକ ପ୍ରକାଶ କରାଯାଉଛି।

Leave a Reply

Your email address will not be published. Required fields are marked *