ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ସୁନାମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ମହାନନ୍ଦଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଜିଲ୍ଲା ସହ ସମ୍ପାଦକ ସୁବାଷ ଚନ୍ଦ୍ର ବାଗ ଓ ବ୍ଲକ ସଭାପତି ବୀର କିଶୋର ନାଗଙ୍କ ତେତୃତ୍ୱରେ ଏହି ଅବସର କାଳୀନ ସମ୍ବର୍ଦ୍ଧନା ଆୟୋଜିତ ହୋଇଥିଲା। ଅବସର କାଳୀନ ସମ୍ବର୍ଦ୍ଧନାରେ କୋକସରା  ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତୋଫାନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପ୍ରାଥମିକ ଶିକ୍ଷକ ସଂଘର ବ୍ଲକ ଉପସଭାପତି ଅମୁଲ୍ୟ ରଞ୍ଜନ ବେହେରା, ସମ୍ପାଦକ ଦିଲୀପ କୁମାର ସାହୁ, କୋଷାଧ୍ୟକ୍ଷ ଦୃଲ୍ଳବ ପୂଝାରି, ଶିକ୍ଷକ ଅଜିତ କୁମାର ସାହୁ, ଦୀପ୍ତି ରଞ୍ଜନ ଅଧିକାରୀ, ମୁକ୍ତେଶ୍ଵର ପୁଞ୍ଜି, ଧନେଶ୍ୱର ପୂଝାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀମହାନନ୍ଦଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏବଂ ତାଙ୍କର ଅବସର ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି କାମନା କରାଯଇଥିଲା।

Leave a Reply

Your email address will not be published. Required fields are marked *