ବଦଳିଲା ଅଟ୍ଟାରି ରିଟ୍ରିଟ୍ ସମୟ

କ୍ରାନ୍ତିକ୍ଷେତ୍ର/ବ୍ୟୁରୋ : ଅଟ୍ଟାରୀ ସୀମାରେ ବଦଳିଲା ରିଟ୍ରିଟ୍ ସମାରୋହ ସମୟ। ଏବେ ସନ୍ଧ୍ୟା ୬ଟାରୁ ୬ଟା ୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ମେ ୧ରୁ ଲାଗୁ ହୋଇଛି ନୂଆ ସମୟ। ଅମୃତସରଠାରୁ ପ୍ରାୟ ୩୦ କିଲୋମିଟର ଦୂର ଭାରତ – ପାକିସ୍ତାନ ସୀମାନ୍ତ ଅଟ୍ଟାରୀରେ ପ୍ରତିଦିନ ରିଟ୍ରିଟ୍ ସମାରୋହ ଆୟୋଜନ କରାଯାଇଥାଏ। ପୂର୍ବରୁ ଏହା ସନ୍ଧ୍ୟା ୫ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆୟୋଜନ କରାଯାଉଥିଲା। ଏବେ ଏହାର ସମୟ ପରିବର୍ତ୍ତନ କରାଯାଇଛି। ଦିବାଲୋକ ଓ ସୁରକ୍ଷା ଦୃଷ୍ଟିରୁ କର୍ତ୍ତୃପକ୍ଷ ସମୟ ପରିବର୍ତ୍ତନ କରିଛନ୍ତି। ଏବେ ସନ୍ଧ୍ୟା ୬ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ହଜାର ହଜାର ଲୋକ ଏହା ଉପଭୋଗ କରୁଛନ୍ତି।

Leave a Reply

Your email address will not be published. Required fields are marked *