ବୋରିଆରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) :  କେସିଙ୍ଗା ବ୍ଲକ ବୋରିଆ ଗାଁ ଠାରେ ଆଜି ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ସ୍ଥାନୀୟ ପୂଜା ମଣ୍ଡପ ଠାରୁ ଗାଁର ଶତାଧିକ ମହିଳା ଏବଂ ପୁରୁଷ ମାନେ ବାଜା,ଘଣ୍ଟ ଶଙ୍ଖ, ସଂକୀର୍ତନ ଦଳ ସହ ଶୋଭାଯାତ୍ରାରେ ବାହାରି ଗାଁ ନିକଟ ରେତ ନଦୀକୁ ଯାଇଥିଲେ। ସେଠାରେ ରୀତିନୀତି ଅନୁଯାୟୀ ପୂଜାର୍ଚନା କଲାପରେ ଜଳପୂର୍ଣ୍ଣ କଳସ ଆଣି ନାମ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା। ଚଳିତ ବର୍ଷ ପୂଜା କାର୍ଯ୍ୟରେ ସଭାପତି ଭାବେ ଗୋଲାପ ନାଏକ, ସମ୍ପାଦକ ମୁନା ସ୍ୱାଇଁ, କୋଷାଧକ୍ଷ ସଂଜୀବ ସାହୁ,ଏବଂ ପୂଜା କର୍ତ୍ତା ଭାବେ ଲାବଣ୍ୟ ସ୍ୱାଇଁ ଓ ତାଙ୍କ ସହ ଧର୍ମିଣୀ ଦୀପାଞ୍ଜଳି ସ୍ୱାଇଁ ରହିଛନ୍ତି। ପୂଜକ କୁବେର ପଣ୍ଡା ଏବଂ ତାଙ୍କ ସହଯୋଗୀ ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି।

Leave a Reply

Your email address will not be published. Required fields are marked *