କଳାହାଣ୍ଡି ଜିଲ୍ଲା ଏସଟି ମୋର୍ଚ୍ଚା ସଭାପତି ହେଲେ ତ୍ରିନାଥ ଶବର

କୋକସରା/କ୍ରାନ୍ତିକ୍ଷେତ୍ର : ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜନଜାତି ମୋର୍ଚ୍ଚା, ଓଡ଼ିଶା ପ୍ରଦେଶ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ଏସଟି ମୋର୍ଚ୍ଚା ଜିଲ୍ଲା ସଭାପତିଙ୍କ ନାମ ତାଲିକା ଘୋଷଣା କରାଯାଇଛି। ଏହି କ୍ରମରେ ଯୁବନେତା ତ୍ରିନାଥ ଶବରଙ୍କୁ କଳାହାଣ୍ଡି ଜିଲ୍ଲା ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରୀଶବର ଜଣେ ସୁ-ସଂଗଠକ ହୋଇଥିବା ବେଳେ ଦିର୍ଘ ବର୍ଷରୁ ଦଳରେ ରହି ଅନେକ ଦାୟିତ୍ୱ ସୁଚାରୁରୂପେ ନିର୍ବାହ କରି ଆସୁଛନ୍ତି। ତେଣୁ ଦଳ ତଥା ଜିଲ୍ଲାରେ ସେ’ ବେଶ୍ ପରିଚିତ। ଦଳ ପକ୍ଷରୁ ତାଙ୍କୁ ଏହି ନୂତନ ଦାୟିତ୍ୱ ଦେବାପରେ ଦଳୀୟ କର୍ମୀମାନେ ବେଶ ଖୁସି ଥିବାବେଳେ ଅଞ୍ଚଳବାସୀ ପକ୍ଷରୁ ମଧ୍ୟ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ନୂତନ ଦାୟିତ୍ୱ ପରେ ଶ୍ରୀଶବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଅନୁସୂଚିତ ଜନଜାତି ରାଜ୍ୟ ସଭାପତି କାନ୍ଦ୍ରା ସେରେନ, କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଡ଼, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଷୀ ସମେତ ଜିଲ୍ଲାର ସମସ୍ତ ପଦାଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *