ଅବ୍ୟବସ୍ଥା ଘେରରେ ମାଝୀଗୁଡା ଉପଡାକଘର

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ( କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ଠାରେ ଥିବା ଉପ ଡାକଘର  ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଏଠାରେ ଜଣେ କର୍ମଚାରୀ କାର୍ଯ୍ୟରତ ଥିଲେ ମଧ୍ୟ ଅନେକ ସମୟରେ ଉପସ୍ଥିତ ରହୁ ନଥିବା ଯୋଗୁଁ ଉପଡାକଘରେ ତାଲା ପଡ଼ିରହୁଛି। ଫଳରେ ବହୁ ଦୂରଦୂରାନ୍ତରୁ ଆସୁଥିବା ହିତାଧୀକାରୀ ଫେରିଯାଉଥିବା ଦେଖିବାକୁ ମିଳୁଛି । ଏଣୁ କର୍ମଚାରୀଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆଣି କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ତୁରନ୍ତ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ହିତାଧୀକାରୀ ମାନେ ଦାବି କରିଛନ୍ତି । ସୂଚନା ଅନୁସାରେ ମାଝୀଗୁଡାଠାରେ ଦୀର୍ଘ ବର୍ଷ ହେଲା ଏକ ଉପ ଡାକଘର ଚାଲିଆସୁଥିଲା। ଇତିମଧ୍ୟରେ ଅନେକ କର୍ମଚାରୀ ଏହିଠାରେ କାର୍ଯ୍ୟ କରିସାରିଲେଣି । କିନ୍ତୁ ବର୍ତ୍ତମାନ ଏହି ଡାକଘର ଅବ୍ୟବସ୍ଥା ଦିଗରେ ଗତି କରୁଛି। ପୋଷ୍ଟ ମାଷ୍ଟର ଜ ନିୟମିତ ଭାବେ କାର୍ଯ୍ୟରେ ଯୋଗଦେଇ ନଥିବା ଅଭିଯୋଗ ହେଉଛି। ପୋଷ୍ଟ ଅଫିସକୁ ଆସୁଥିବା ଆକାଉଣ୍ଟଧାରୀଙ୍କ କାମ ନ କରି ସେମାନଙ୍କୁ ହଇରାଣ କରୁଥିବା ଅଭିଯୋଗ ହେଉଛି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସବୁଗ୍ରାମଞ୍ଚଳର ମହିଳାଙ୍କୁ ସଶକ୍ତିକରଣ ଓ ସ୍ବାବଲମ୍ବୀ କରୁଥିବା ବେଳେ ଏହି ଶାଖାର ହିତାଧୀକାରୀ ପିଏମ୍ କିସାନ, ସିଏମ କିସାନ , ସୁକନ୍ୟା ଯୋଜନା, ମିଆଦୀ ଜମା ଠିକ୍ ସମୟରେ କରି ପାଇପାରୁ ନ ଥିବାରୁ ଅନେକ ସମୟରେ ନାନା ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ସୁଭଦ୍ରା ଯୋଜନାର ଅର୍ଥ ରାଶିକୁ ମଧ୍ୟ ଉଠାଇବା ପାଇଁ ମହିଳାମାନେ ବାରମ୍ବାର ଆସି ନୟାନ୍ତ ହୋଇ ଫେରୁଥିବା ଦେଖିବାକୁ ମିଳିଛି। କେନ୍ଦ୍ର ସରକାର ଗ୍ରାମାଞ୍ଚକର ଲୋକଙ୍କ ହାତ ପାହାନ୍ତାରେ ସମସ୍ତ ବ୍ୟାକିଙ୍ଗ୍ ସୁବିଧାକୁ ଆହୁରି ସରଳ କରିବା ସହ ବିଭିନ୍ନ ସୁବିଧା ସୁଯୋଗ ସାଧାରଣ ଲୋକଙ୍କ ନିକଟତର କରିବାକୁ ଚେଷ୍ଟା କରୁଥିବାବେଳେ ଏଭଳି କର୍ମଚାରୀଙ୍କ କାର୍ଯ୍ୟକଳାପ ଯୋଗୁ ଲୋକେ ପୋଷ୍ଟ ଅଫିସଠାରୁ ମୁହଁ ଫେରାଉଥିବା ଜଣାପଡିଛି। ନିର୍ଦ୍ଧାରିତ ସମୟରେ ଅଫିସରେ ଯୋଗ ନ ଦେଇ କେବଳ ନାମକୁ ମାତ୍ର କିଛି ସମୟ ବସି ଚାଲିଯାଇଥିବାରୁ ଦୂରଦୂରାନ୍ତରୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକେ ଅପେକ୍ଷା କରି କରି ଫେରିଯାଉଛନ୍ତି। ନୂଆ ହିତାଧୀକାରୀ ଜମାଖାତା ଖୋଲିବା ପାଇଁ ସବୁ କାଗଜପତ୍ର ଦେଲେ ସୁଦ୍ଧା ମାସ ମାସ ବିତିଗଲେ ମଧ୍ୟ ଜମା ଖାତା ମିଳିପାରିନାହିଁ । ଏଣୁ ପ୍ରଶାସନ ପକ୍ଷରୁ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସମ୍ପୃକ୍ତ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି ପାଇଁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ପୋଷ୍ଟ ମାଷ୍ଟର ଙ୍କୁ ପଚାରିବାରୁ ଇଚ୍ଛା ମୁତାବକ କାର୍ଯ୍ୟ କରିବି ବୋଲି ସ୍ବୀକାର କରିବା ସହ ଛୁଟିରେ ଯାଇଥିବା କହିଛନ୍ତି । ଏ ସମ୍ପର୍କରେ ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ରେ ଥିବା ପୋଷ୍ଟ ଅଫିସର ଙ୍କୁ ମତାମତ ନେଇବାକୁ ଚେଷ୍ଟା କରିଥିଲୁ କିନ୍ତୁ ସେ କିଛି ବି ଉତ୍ତର ଦେଇନଥିଲେ । ଉପରିସ୍ଥ ଅଧିକାରୀହିଁ ଉତ୍ତର ରଖିବେ ବୋଲି ସଫେଇ ଦେଇଥିଲେ।

Leave a Reply

Your email address will not be published. Required fields are marked *