ଲାଞ୍ଜିଗଡ଼/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ଠାରୁ ବିଜେପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ବନ୍ଧପାରି ଭୈରବୀ ମନ୍ଦିର ନିକଟରେ ଦୁଇ ବାଇକ ଚାଳକ ଆଜି ସମୟରେ ଦୁର୍ଘଟଣାର ଶିକାର ହୋଇଥିବା ସୁଚନା ମିଳିଛି। ସୁଚନା ଅନୁସାରେ ଓଡି୦୮ ଡବ୍ଲୁ୬୩୩୯ ନମ୍ବର ଏକ ପଲସର ବାଇକ ବିଶ୍ଵନାଥପୁର ଠାରୁ ମୂଷାନାଲ ଅଭିମୁଖେ ଯାଉଥିବା ବେଳେ ବିପରିତ ଦିଗରେ ଓଡି୦୮ ଏଚ୯୭୫୯ ଏକ ଏଚଏଫ୍ ଡିଲକ୍ସ ଆସୁଥିବା ବେଳେ ଭାରସାମ୍ୟ ହରାଇ ଦୁହିଁଙ୍କ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଏଫ ଡିଲକ୍ସର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଥିବା ବେଳେ ପଲସର୍ ଚାଳକକୁ ମୂଷାନାଲ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି। ଏନେଇ ଆମେ ଅଧିକ ସୂଚନା ପାଇଁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନ’ଥିବା ଯୋଗୁଁ ଅଧିକ ସୂଚନା ମିଳିପାରିନାହିଁ।

