ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ଆଜି ସକାଳୁ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ରେ ଏକ ମୃତ ଦେହ ଭାସି ଆସୁଥିବା ସୂଚନା ମିଳିଥିଲା। ମୃତ ଦେହଟି ଜୟପାଟଣା ଥାନା ଅଂଚଳରୁ ଭାସି ଆସୁଥିବାବେଳେ କଲମପୁର ଜୟପାଟଣା ଥାନା ସୀମାନ୍ତରେ ଜୟପାଟଣା ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ କଲମପୁର ଥାନା ଅଧୂକାରୀ ସୁନିଲ କୋଣ୍ଡାଗୋରୀ, ଏ.ଏସ.ଆଇ ନାନକ ସାହୁ ପ୍ରମୁଖ ପହଂଚି ପ୍ରାଥମିକ ତଦନ୍ତ କରିଥିଲେ। ମୃତ ଦେହଟି ଦୁଇ ତିନି ଦିନ ପୂର୍ବର ହେଇଥିବା ଅନୁମାନ କରାଯାଉଛି। ମୃତ ଦେହଟି ମୁଖିଗୁଡା ପୁରୁଣା ବଜାର ପଡାର ଚଇତୁ ମାଝୀଙ୍କ ବୋଲି ସୂଚନା ମିଳିଛି।ଘଟଣାସ୍ଥଳରେ ମୃତକଙ୍କ କିଛି ସମ୍ପର୍କୀୟ ପହଂଚି ଶବ ଚିହ୍ନଟ କରିଛନ୍ତି।ବର୍ତମାନ ଶବ ବାହକ ଯାନ ସହାୟତାରେ ଶବ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି।

