କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ତାଲୁକ ଆଇନ ସେବା ସମିତି କେସିଙ୍ଗା ତରଫରୁ ସ୍ଥାନୀୟ କେସିଙ୍ଗା ଅଦାଲତ ପରିସରରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷା ତଥା ବିଚାରପତି ଦୀପ୍ତା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ବର୍ଜ୍ୟବସ୍ତୁ ପରିଚାଳନା ବିଷୟରେ ଆଲୋଚନା କରାଯାଇଥିଲା। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବି ପ୍ରକାଶ କୁମାର ଦାସ, ଗୋଲକ ବିହାରୀ ପ୍ରଧାନ, ରଞ୍ଜିତ କୁମାର ଷଡଙ୍ଗୀ, ଚିତ୍ତରଞ୍ଜନ ଭୋଇ, ହରିପ୍ରସାଦ ତାଣ୍ଡି ସମେତ ଅନେକ ବରିଷ୍ଠ ଆଇନଜୀବି ଓ କୋର୍ଟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

