ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର(ଚିତ୍ରସେନ ବାଗ) : ଆଜି ଅପରାହ୍ନରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ପଲମ ପିଡବ୍ଲୁଡି ରାସ୍ତାର ରୁପ୍ରା ଜଗନ୍ନାଥ ମନ୍ଦିର ଛକର ବୁଲାଣି ଠାରେ ଟ୍ରକ ଓ ବାଇକ ଧକ୍କା ହେବାରୁ ଘଟଣା ସ୍ଥଳରେ ହିଁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଉକ୍ତ ଦୁର୍ଘଟଣା ଯୋଗୁଁ ବାଇକ ଚାଳକଙ୍କ ମୁଣ୍ଡ ସମେତ ଦେହ ସାରା ଆଘାତ ଲାଗିଥିବା ଦେଖିବାକୁ ମିଳିଛି, ଟ୍ରକ ଚକରେ ପ୍ରାୟ ପାଞ୍ଚଫୁଟ ଘୋଷାଡ଼ି ନେବାରୁ ପ୍ରବଳ ରକ୍ତ ଶ୍ରାବ ହେବାରୁ ଘଟଣାସ୍ଥଳରେ ହିଁ ଗୁରୁତର ଅବସ୍ଥାରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାରକରି ରାସ୍ତା ପାର୍ଶ୍ୱକୁ ନେବାର କିଛି ସମୟ ପରେ ହିଁ ତାଙ୍କ ଜୀବନ ଚାଲିଯାଇଥିଲା। ଉକ୍ତ ଘଟଣା ସମ୍ପର୍କରେ ପୁଲିସ ଖବର ପାଇ ପହଞ୍ଚି ତଦନ୍ତ କରୁଛି । ବର୍ତମାନ ଘଟଣା ସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହେଉଛି । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଉପରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି। ସଂଧ୍ୟା ସାଢେ ୬ଟା ଯାଏଁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ମୃତକ ଜଣକ ରୁପ୍ରାରୋଡ ଗ୍ରାମର ସାନବାବୁ ନାଗ ବୋଲି ସୂଚନା ମିଳିଛି। ସିଜି୧୫ ଏ୩୪୨୦ ନମ୍ବର୍ ବିଶିଷ୍ଟ ଟ୍ରକ୍ ସାନ ବାବୁଙ୍କ ଓଡି ୦୮ଏମ ୫୭୯୦କୁ ଧକ୍କା ଦେଇଥିଲା।

