ବେଲଗାଁ ବାଲିଯାତ୍ରା ଉଦଯାପିତ

ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବେଲଗାଁ ପଂଚାୟତର ବେଲଗାଁଠାରେ ଗତ ୩ମାସ ଧରି ଚାଲିଥିବା  ବାଲିଯାତ୍ରା ଆଜି ଶେଷ ହୋଇଛି। ଦୀର୍ଘ ଚାଳିଶ ବର୍ଷ ପରେ ଗ୍ରାମବାସୀ ଏକତ୍ରିତ ହୋଇ ବାଲିଯାତ୍ରା କରିଥିଲେ। ଏନେଇ ଗ୍ରାମର ଗ୍ରାମବାସୀ ଏକ ବୈଠକ କରି ଚାନ୍ଦା ଧାର୍ଯ୍ୟ କରିଥିଲେ ଓ ଗୁରୁ ମାଇନି ଙ୍କୁ ନିମନ୍ତ୍ରଣ କରି ଫେବୃଆରୀ ୧୦ ତାରିଖରେ ଶୁଭଖୁଣ୍ଟ ସ୍ଥାପନ କରି ବାଲିଯାତ୍ରା ଆରମ୍ଭ କରିଥିଲେ। ଗୁରୁ ମାଇନି ବିଧିବଦ୍ଧ ଭାବେ ପୂଜାର୍ଚନା କରିବା ସହିତ ବାୟା ଭୀମା, ଶିଶିରିଆ ଭାମା, ଗଂଜାଆ ବୀମା, ଯାକଡା ଭୀମା, ଲାଡରୀ, କନ୍ଦନି ଭଳି ଶତାଧିକ ଦେବାଦେବୀଙ୍କୁ ଆବାହନ କରିଥିଲେ। କୁମାରୀ ଝିଅ, ପୁଅ, ବିବାହିତା ମହିଳା ଓ ପୁରୁଷ ମାନଙ୍କ ଦେହରେ ବିରାଜିତ ହୋଇ ଦେବାଦେବୀ ମାନେ ତିନି ମାସ ଧରି କାଲିଶି ଚଢିଥିଲେ। ଜନସାଧାରଣ ମାନଙ୍କ ମନରଞ୍ଜନ ପାଇଁ ବାଲି ଆରମ୍ଭ ଦିନ, ବାଲି ଉଠେଇଳା ଦିନ ଓ ବିହନ ବୁଣିଲା ଦିନ ଦେଶିଆ ନାଟକ ସବୁର ଆୟୋଜନ କରାଯାଇଥିଲା। ବଲି ବୁଣିବାର ନଅ ଦିନ ପରେ ବାଲିଯାତ୍ରା ଶେଷ ହେବା ପରେ ତାର ପରଦିନ ଭିମା ସହିତ କୁନ୍ଦିନୀ ଭୀମା ର ବିଭାଘର ସମ୍ପନ୍ନ ହୋଇଥିଲା। ବାଲିଯାତ୍ରାର ଶେଷ ଦିନ ବାଲିଯାତ୍ରା କମିଟି ପକ୍ଷରୁ ରାତ୍ରିରେ ଦୁଇଟା ଦେଶିଆ ନାଟକ ସାଙ୍ଗକୁ ମିନା ବଜାର ର ମଧ୍ୟ ଆୟୋଜନ କରାଯାଇଥିଲା। ବାଲିଯାତ୍ରା ପଡିଆରେ ଶତାଧିକ ଉଠା ଦୋକାନୀ ଦୋକାନ ସବୁ ବସେଇ ଭଲ ବ୍ୟବସାୟ କରିଥିବା ବେଳେ ସହସ୍ରାଧିକ ଜନସାଧାରଣ ଭିଡ଼ ଜମେଇଥିବା ଦେଖିବାକୁ ମିଳିଥିଲା ପ୍ରମୁଖ ବାଲିଯାତ୍ରାରେ ସଭାପତି ମାନେ ମୁଖ୍ୟ ଭୂମିକା ତୁଲେଇଥିବା ବେଳେ ଗ୍ରାମର ଜନସାଧାରଣ ବାଲିଯାତ୍ରାକୁ ସଫଳ କରିବା ପାଇଁ ପୂର୍ଣ୍ଣ ସହଯୋଗ କରିଥିଲେ, ଶେଷ ଦିନରେ ଝରୀଗାଁ ବିଧାୟକ ନରସିଂହ ଭତରା, ଗଣପତି ସାହୁ, ପ୍ରତାପ ଦୁରୁଆ ମିଡ଼ିଆ ସେଲ ଗିରି ମାଝୀ, ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *